ସ୍ୱାମୀ-ସ୍ତ୍ରୀ କଳିରେ ଘରେ ପଡ଼ିଲା ବୋମା

ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କୁଶପଡା ଗ୍ରାମ କାଳିଞ୍ଜୀ ସାହିରେ ବୁଧବାର ଅପରାହ୍ନ ପ୍ରାୟ ୨ ଟାରେ ବୋମା ବିସ୍ଫୋରଣରେ ୩ ଘରର ଛାତ ଉଡ଼ି ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଗାଁ’ରେ ଚାଲିଥିବା ମା’ ଦଣ୍ଡକାଳୀଙ୍କ ନାଚ ଦେଖିବାକୁ ଯାଇଥିବା ୩ ପରିବାର ଲୋକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ କଳି ପାଇଁ ଘରେ ବୋମା ଫୁଟିଛି। ଆଉ ଘରେ ବୋମା ଫୁଟାଇଛି ନିଜେ ସ୍ୱାମୀ। ହଁ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ କଳି ଲାଗିବାରୁ ଘରେ ବୋମା ପକାଇଦେଇଛି ସ୍ୱାମୀ।ହେଲେ ଭାଗ୍ୟ ଭଲ ବୋମା ପକାଇବା ବେଳେ ଘରେ ସ୍ତ୍ରୀ ଜଣଙ୍କ ନଥିଲେ। ଫଳରେ ତାଙ୍କର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି। କିନ୍ତୁ ଭଡ଼ା ଘରର ଛପର ଉଡିଯାଇଛି। ଏବଂ ପଡୋଶୀ ଘରର କାନ୍ଥ ଭାଙ୍ଗି ଯାଇଛି।ତେବେ ସ୍ୱାମୀ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକ ରଖି ଦିଗପହଣ୍ଡି ଥାନାକୁ ଖବର ଦେଇଥିଲେ। ଖବରପାଇ ପୋଲିସ ଟିମ୍ ଗ୍ରାମରେ ପହଞ୍ଚି ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚରା ଚଳାଇଛନ୍ତି।

ଅଧିକ ପଢନ୍ତୁ

kc ads