ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଶୁକ୍ରାବର ଦିନ କଟକ ବାଲିଯାତ୍ରା ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ ନଡ୍ଡା । ଏଥିପାଇଁ ଵ୍ୟାପକ ପ୍ରସ୍ତୁତି କରୁଛନ୍ତି ରାଜ୍ୟ ସରକାର।କଟକକୁ ଛାଡ଼ି ଆଉ ୧୨ ଜିଲ୍ଲାରେ ମଧ୍ୟ ଆୟୁଷ୍ମାନ ଭାରତର ଶୁଭାରମ୍ଭ ଉତ୍ସବ ହେବ ।କାର୍ଯକ୍ରମରେ ମନ୍ତ୍ରୀମାନେ ଯୋଗ ଦେଇ ରାଜ୍ୟରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ ।କଟକ ବାଲିଯାତ୍ରା ପଡ଼ିଆରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ପଭାତି ପରିଡ଼ା, କେଭି ସିଂହଦେବ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସାମିଲ ହେବେ ।
କେନ୍ଦ୍ରାପଡ଼ାରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ଼ରେ ସୁରେଶ ପୂଜାରୀ, ନବରଙ୍ଗପୁରରେ ରବିନାରାୟଣ ନାୟକ, କୋରାପୁଟରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଯାଜପୁରରେ ପୃଥ୍ୱିରାଜ ହରିଚନ୍ଦନ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, ମୟୂରଭଞ୍ଜରେ ଡା. କୃଷ୍ଣଚନ୍ଦ୍ର ପାତ୍ର, ପୁରୀରେ ସୂର୍ଯ୍ୟବଂଶୀ ସୂରଜ, ଖୋର୍ଦ୍ଧାରେ ପ୍ରଦୀପ ବଳ ସାମନ୍ତ, କେନ୍ଦୁଝରରେ ଗଣେଶ ରାମ ସିଂ ଖୁଣ୍ଟିଆ ଓ ଜଗତସିଂହପୁରରେ ସମ୍ପଦ ଚରଣ ସ୍ୱାଇଁ ଅତିଥି ଭାବେ ଯୋଗ ଦେବେ ।ପ୍ରଥମ ପର୍ଯ୍ୟାୟରେ ପ୍ରତି ଗାଁର ୨୫ଜଣଙ୍କୁ ଆୟୁଷ୍ମାନ ଭାରତ କାର୍ଡ ପ୍ରଦାନ କରାଯିଵ। ପର୍ଯ୍ୟାୟକ୍ରମେ ରାଜ୍ୟର ସାଢେ ତିନି କୋଟି ହିତାଧିକାରୀଙ୍କୁ କାର୍ଡ ଯୋଗାଇ ଦିଆଯିବ। ଗୁରୁବାର ରାତିରେ ଭୁବନେଶ୍ବରରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିବେ ନଡ୍ଡା । ଶୁକ୍ରବାର କଟକ ବାଲିଯାତ୍ରା ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ ନଡ୍ଡା।