ଆଜି ୧୮ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା ବିଜେଡ଼ି

ବିଜେଡିର ସାଙ୍ଗଠନିକ ନିର୍ବାଚନ ୨୦୨୫। ୩୩ ଜିଲ୍ଲା ମଧ୍ୟରୁ ୧୮ ଜିଲ୍ଲା ପାଇଁ ସଭାପତିଙ୍କ ନାଁ ଘୋଷଣା କଲା ବିଜେଡ଼ି।ପ୍ରେସ୍ ବିବୃତି ଅନୁଯାୟୀ, ଅନୁଗୁଳ ଜିଲ୍ଲାର ବିଜେଡି ସଭାପତି ପାଇଁ ବ୍ରଜକିଶୋର ପ୍ରଧାନ, ବରଗଡ ପାଇଁ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକ ପାଇଁ ଜଗନ୍ନାଥ ସ୍ଵାଇଁ, ବୌଦ୍ଧ ପାଇଁ ପ୍ରଦୀପ କୁମାର ଅମାତ, ଦେବଗଡ଼ ପାଇଁ ରୋମାଞ୍ଚ ରଞ୍ଚନ ବିଶ୍ଵାଳ, ଗଜପତି ପାଇଁ ପ୍ରଦୀପ ନାୟକ , ଜଗତସିଂହପୁର ପାଇଁ ପ୍ରଶାନ୍ତ କୁମାର ମୁଦୁଲୀ, ଯାଜପୁର ପାଇଁ ସରୋଜ କୁମାର ମହାପାତ୍ର, ଝାରସୁଗୁଡ଼ା ପାଇଁ ହରିଶ ଗନ୍ତରା ନିଯୁକ୍ତ ହୋଇଛନ୍ତି।

ସେହିପରି କନ୍ଧମାଳ ଜିଲ୍ଲାର ବିଜେଡି ସଭାପତି ଭାବେ ପଦ୍ମନାଭ ବେହେରା, ମାଲକାନଗିରି ପାଇଁ ମାନସ ମାଡକାମି, ମୟୂରଭଞ୍ଜ-୧ ପାଇଁ ସୁଦାମ ମାରାଣ୍ଡି, ନବରଙ୍ଗପୁର ପାଇଁ ମନୋହର ରଣଧରୀ, ନୟାଗଡ଼ ପାଇଁ ରମେଶ ଚନ୍ଦ୍ର ବେହେରା, ନୂଆପଡ଼ା ପାଇଁ ଅବନୀ ରଞ୍ଜନ ଯୋଶୀ, ପୁରୀ ପାଇଁ ଉମାକାନ୍ତ ସାମନ୍ତରାୟ, ସୁବର୍ଣ୍ଣପୁର ପାଇଁ ସରୋଜ କୁମାର କାମ୍ପା ଓ ସୁନ୍ଦରଗଡ଼ ପାଇଁ ଯୋଗେଶ ସିଂଙ୍କୁ ବିଜେଡି ଜିଲ୍ଲା ସଭାପତି ଭାବେ ନାଁ ଘୋଷଣା କରିଛି ବିଜେଡି।

ଅଧିକ ପଢନ୍ତୁ

Odisha Darpan Digital