ପୂର୍ବରୁ ଦିନକୁ ୧୪ କି.ମି ରାସ୍ତା ହେଉଥିଲା ହେଲେ ବର୍ତ୍ତମାନଠାରୁ ଦିନକୁ ୧୦୦ କି.ମି ରାସ୍ତା ତିଆରି ହେବ ।

ବହୁମୁଖୀ ପକଳ୍ପ ଉଦଘାଟନ ଓ ଶିଳାନ୍ୟାଶରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଲେ ଉଦ୍ବୋଧନ । ଓଡ଼ିଶାର ଭିତ୍ତିଭୂମି ବିକାଶ ପାଇଁ ଆଜି ଐତିହାସିକ ଦିନ କହିଲେ ମୁଖ୍ୟମନ୍ତ୍ରୀ ।କେନ୍ଦ୍ର ସରକାରଙ୍କ ଉଦ୍ୟମରେ ଆଜି ଓଡ଼ିଶାକୁ ୪୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବର ପ୍ରକଳ୍ପ ଭେଟି ମିଳିଛି। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଏହି ପ୍ରକଳ୍ପଗୁଡ଼ିକ ଭେଟି ଦେଇଛନ୍ତି। ଏହା ଦ୍ବାରା ରାଜ୍ୟର ୧୯ଟି ରାସ୍ତାରେ ୪୦୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟରେ ୧୫୪ଟି ରାଜରାସ୍ତା, ବ୍ରିଜ ଓ ଫ୍ଲାଏଓଭର ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏହା କହିଛନ୍ତି। ସବୁ ପ୍ରକଳ୍ପ ସଂପୂର୍ଣ୍ଣ ହେଲେ ଯୋଗାଯୋଗ ସୁଦୃଢ଼ ହେବ । ପୂର୍ବରୁ ଦିନକୁ ୧୪ କି.ମି ରାସ୍ତା ହେଉଥିଲା ହେଲେ ବର୍ତ୍ତମାନଠାରୁ ଦିନକୁ ୧୦୦ କି.ମି ରାସ୍ତା ତିଆରି ହେବ ।ବର୍ତ୍ତମାନ ରାଜ୍ୟରେ ୨୦ଟି ବାଇପାସ୍ ଓ ରିଙ୍ଗରୋଡ୍ ନିର୍ମାଣ ହେଉଛି ।

ଅଧିକ ପଢନ୍ତୁ

kc ads