ପଶ୍ଚିମବଙ୍ଗ ବିଜେପି ନେତା ଦିଲ୍ଲୀପ ଘୋଷ ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିଲ୍ଲୀପ ଘୋଷ ୬୦ ବର୍ଷ ବୟସରେ ପାର୍ଟି ସହଯୋଗୀ ରିଙ୍କୁ ମଜୁମଦାର (୫୦)ଙ୍କୁ ବିବାହ କରିଛନ୍ତି। ସୂଚନା ଅନୁସାରେ ଏହି ବିବାହ ଉତ୍ସବରେ କେବଳ ନିକଟତମ ସମ୍ପର୍କୀୟ ଓ ପାରିବାରିକ ଲୋକେ ଉପସ୍ଥିତ ଥିଲେ। ୨୦୨୧ରେ ପ୍ରାତଃଭ୍ରମଣ ବେଳେ ଉଭୟେ ପରସ୍ପରକୁ ଭେଟିଥିଲେ। ପରେ ସମ୍ପର୍କରେ ଘନିଷ୍ଠତା ବଢ଼ିଥିଲା। ତେବେ ମା’ଙ୍କ କଥା ମାନି ବିବାହ କରିଥିବା ପୂର୍ବତନ ଏମ୍ପି ଦିଲୀପ କହିଛନ୍ତି। ଦିଲୀପ ପୂର୍ବରୁ ଅବିବାହିତ ଥିବାବେଳେ ରିଙ୍କୁଙ୍କ ଏହା ଦ୍ୱିତୀୟ ବିବାହ।
ପ୍ରଥମ ବିବାହରୁ ତାଙ୍କର ଏକ ପୁଅ ଅଛନ୍ତି।ରିଙ୍କୁଙ୍କ ଘର କୋଲକାତା ନ୍ୟୁଟାଉନରେ। ସୂଚନା ଅନୁସାରେ ରିଙ୍କୁ କୋଲକାତା ଉତ୍ତର ଉପନଗରୀୟ ବିଜେପି ସଙ୍ଗଠନର ଜିଲ୍ଲା ମହିଳା ମୋର୍ଚ୍ଚା ସହ ସମ୍ପୃକ୍ତ। କୁହାଯାଉଛି ଦିଲ୍ଲୀପଙ୍କ ସହିତ କଥାବାର୍ତ୍ତା ତାଙ୍କୁ ବିଜେପିରେ ସାମିଲ ହେବାକୁ ଉତ୍ସାହିତ କରିଥିଲା। ଉଲ୍ଲେଖଯୋଗ୍ୟ ଯେ ରିଙ୍କୁ ଜଣେ ଛାଡପତ୍ର ପାଇଥିବା ମହିଳା ଓ ତାଙ୍କର ୨୫ ବର୍ଷର ପୁଅଟିଏ ମଧ୍ୟ ଅଛି। ସେ ସଲ୍ଟ ଲେକରେ ଆଇଟି କ୍ଷେତ୍ରେରେ କାମ କରନ୍ତି। ଦିଲ୍ଲୀପ ଘୋଷଙ୍କ ନିକଟତମ ଲୋକଙ୍କ ଅନୁସାରେ ଦିଲ୍ଲୀପ ତାଙ୍କ ମାଙ୍କ ଆଗ୍ରହ ଯୋଗୁ ବିବାହ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀପ ଘୋଷ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଓ ମେଦିନପୁର ଲୋକସଭା ଆସନରୁ ସାଂସଦ ଥିଲେ।