ଗର୍ଭବତୀ ଝିଅକୁ ପୋଡ଼ି ମାରିଦେଇଥିଲେ ବାପା-ମା’, ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ କୋର୍ଟ

ବାପା-ମା’ଙ୍କୁ ଆଜୀବନ କାରାଦଣ୍ଡ । କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଆଡହକ ଫାଷ୍ଟଟ୍ରାକ୍ କୋର୍ଟ । ନାବାଳିକା ଗର୍ଭବତୀ ଝିଅକୁ ନିଜ ବାପା-ମା’ ପୋଡ଼ି ମାରିଦେଇଥିଲେ ।୨୦୧୬ରେ ବିଞ୍ଝାରପୁର ଥାନାରେ ଗର୍ଭବତୀ ନାବାଳିକାଙ୍କୁ ହତ୍ୟା ନେଇ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ନାବାଳିକାଙ୍କ ବାପା-ମା’ଙ୍କୁ ଗିରଫ କରିଥିଲା ପୋଲିସ ।

ନାବାଳିକା ଝିଅ ୩ ମାସର ଗର୍ଭବତୀ ଥିବା କାରଣରୁ ବାପାମା’ ତାଙ୍କୁ ମାରି ପୋଡ଼ି ନଦୀରେ ଭସାଇ ଦେଇଥିଲେ । ମାମଲାରେ ୩୦ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି କୋର୍ଟ ଅଭିଯୁକ୍ତ ବାପା ନକୁଳ ଜେନା ଓ ମା’ ସଞ୍ଜୁ ଜେନାଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଏ ନେଇ ସରକାରୀ ଓକିଲ ସୂଚନା ଦେଇଛନ୍ତି ।

ଅଧିକ ପଢନ୍ତୁ

kc ads