ପୋପ୍‌ ଫ୍ରାନ୍ସିସ୍‌ଙ୍କ ବିୟୋଗ: ରାଜ୍ୟ ପାଳିବ ୩ ଦିନିଆ ଶୋକ ।

ପୋପ୍‌ ଫ୍ରାନ୍‌ସିସ୍‌ଙ୍କ ବିୟୋଗ ଘଟଣାରେ ରାଜ୍ୟ ପାଳିବ ୩ ଦିନିଆ ଶୋକ । ଆଜି ଓ ଆସନ୍ତାକାଲି ଶୋକ ଦିବସ ପାଳିବେ ରାଜ୍ୟ ସରକାର ।ସେହିଭଳି ଶେଷକୃତ୍ୟ ଦିନ ମଧ୍ୟ ରାଜ୍ୟରେ ପାଳନ ହେବ ଶୋକ ଦିବସ ବୋଲି ସୂଚନା ଦିଆଯାଇଛି।ଗତକାଲି ୮୮ ବର୍ଷ ବୟସରେ ଭାଟିକାନ ସିଟିରେ ପୋପ ଫ୍ରାନସିସଙ୍କ ନିଧନ ହୋଇଥିଲା । ୨୦୧୩ର ପୋପ ବେନେଡିକ୍ସ ଷୋଡ଼ଶ ଏହି ପବିତ୍ର ପଦବୀରୁ ଇସ୍ତଫା ଦେବା ପରେ ଜର୍ଜ ମାରିଓ ବର୍ଗୋଗ୍ଲିଓ(ପୋପ ଫ୍ରାନସିସ) ୨୬୬ ତମ ପୋପ ଭାବେ ମନୋନୀତ ହୋଇଥିଲେ । ରୋମାନ କ୍ୟାଥୋଲିକ ଚର୍ଚ୍ଚର ନେତୃତ୍ଵ ନେବାରେ ସେ ପ୍ରଥମ ଲାଟିନ ଆମେରିକୀୟ ଥିଲେ। ସ୍ଵାସ୍ଥ୍ୟଗତ ସମସ୍ୟା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି ।ଇଷ୍ଟର ରବିବାର ପାଳନର ଗୋଟିଏ ଦିନ ପରେ ତାଙ୍କର ଦେହାନ୍ତ ସାରା ବିଶ୍ୱରେ ଶୋକର ଛାୟା ଖେଳାଇଦେଇଛି। ତାଙ୍କର ବିନମ୍ର ଶୈଳୀ ଏବଂ ଗରିବଙ୍କ ପରି ଚିନ୍ତା ସାରା ବିଶ୍ୱକୁ ପ୍ରଭାବିତ କରିଥିଲା।

ଅଧିକ ପଢନ୍ତୁ

Odisha Darpan Digital