ରାଜ୍ୟରେ କେତେ ନକଲି ଶିକ୍ଷକ ଅଛନ୍ତି ?

ରାଜ୍ୟରେ ୪୨୪ ଜଣ ନକଲି ଶିକ୍ଷକ ଧରାପଡିଛନ୍ତି । କିନ୍ତୁ ସଂଖ୍ୟା ଏତିକି ନା ଆହୁରି ଅଧିକ ତାହା ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ । ନକଲି ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଆସନ୍ତା ମାସ ୬ ତାରିଖ ସୁଦ୍ଧା ସବିଶେଷ ବିବରଣୀ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ହୋଇଛି । ୨୦୧୮ରେ ରାଜ୍ୟରେ ନକଲି ଶିକ୍ଷକ ଥାଇ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ସଞ୍ଜୟ କୁମାର ମହାରଣା ନାମକ ଜଣେ ବ୍ୟକ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସରକାରୀ ଭାବେ ହୋଇଥିବା ତଦନ୍ତ ଅନୁସାରେ ୪ ଶହ ୨୪ ଜଣ ନକଲି ଶିକ୍ଷକ ଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା। ନକଲି ଶିକ୍ଷକଙ୍କ ସଂଖ୍ୟା କେନ୍ଦ୍ରାପଡ଼ା, ବରଗଡ଼, କେନ୍ଦୁଝରେ ରହିଥିବା ତଦନ୍ତ ଚାଲିଛି । ଏହା ଶେଷ ହୋଇନାହିଁ ବୋଲି ସରକାର କୋର୍ଟଙ୍କୁ କହିଥିଲେ । ଏହାକୁ ନେଇ କୋର୍ଟ ବିରକ୍ତି ଭାବ ପ୍ରକାଶ କରିଥିଲେ ।ଆସନ୍ତା ୬ ତାରିଖ ସୁଦ୍ଧା ତଦନ୍ତର ଅଗ୍ରଗତି ଏବଂ ଧରାପଡ଼ିଥିବା ନକଲି ଶିକ୍ଷକ ମାନଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ହୋଇଛି, ସତ୍ୟପାଠ ଜରିଆରେ ଜଣାଇବା ଲାଗି ରାଜ୍ୟ ଶିକ୍ଷା ବିଭାଗକୁ ନିର୍ଦେଶ ହୋଇଛି।

ଅଧିକ ପଢନ୍ତୁ

kc ads