୧୫ ବର୍ଷର ରେକର୍ଡ ଭାଙ୍ଗିଲା ତାପମାତ୍ରା, ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ।

ସକାଳ ୬ ଟା ହେଲେ ଆରମ୍ଭ ହୋଇଯାଉଛି ସୂର୍ଯ୍ୟକୋପ । ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ । ପଶ୍ଚିମ ଏବଂ କେନ୍ଦ୍ରୀୟ ଓଡ଼ିଶାରେ ନିଆଁ ବର୍ଷା ହେଉଛି । ଆସନ୍ତା ୨୬ ତାରିଖ ଯାଏ ହିଟୱେଭ ଜାରି କରିଛି ପାଣିପାଗ ବିଭାଗ। ଆଜି ସିଭିୟର ହିଟୱେଭ ପାଇଁ ଝାରସୁଗୁଡ଼ା ଓ ହିଟ ୱେଭ ପାଇଁ ୭ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି ହୋଇଛି।

ସେହି ଜିଲ୍ଲା ଗୁଡିକ ହେଉଛି ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଓ ସୋନପୁର। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ସେହିପରି ହିଟୱେଭ ପାଇଁ ଅନୁଗୁଳ, ନୂଆପଡ଼ା ଓ ଦେବଗଡ଼କୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ଗରମ ଓ ଆର୍ଦ୍ରତା ପାଇଁ ୧୧ ଜିଲ୍ଲା ଓ ଉଷ୍ମ ରାତି ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ତେବେ ନିକଟରେ ଝାରାସୁଗୁଡ଼ାରେ ଏଭଳି ତାପମାତ୍ରା କେବେ ହୋଇନଥିବା ବେଳେ ୧୫ ବର୍ଷର ରେକର୍ଡ ଭାଙ୍ଗିଥିବା କଥା କୁହାଯାଉଛି । ତେବେ କେବଳ ଝାରସୁଗୁଡା ନୁହେଁ ରାଜ୍ୟର ୪୫ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ଖରା ସାଙ୍ଗକୁ ଗୁୁଳୁଗୁଳି ହେଉଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ତେବେ ଏହି ପରିସ୍ଥିତି ଆସନ୍ତା ୨୬ ତାରିଖ ଯାଏଁ ରହିବ । ତେବେ ଏହାକୁ ଦୃଷ୍ଟିରେ ରଖି ଅନେକ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।
୨୪ ଏବଂ ୨୫ ତାରିଖରେ ପ୍ରଭାବ ଅଧିକ ରହିବ ଏବଂ ୨୬ ତାରିଖ ପରେ କେତେକ ସ୍ଥାନରେ କାଳବୈଶାଖୀ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ତେବେ ଖରା ପାଇଁ ସମସ୍ତଙ୍କୁ ସତର୍କ ରହିବା ପାଇଁ କୁହାଯାଇଛି ।

ଅଧିକ ପଢନ୍ତୁ

kc ads