ଆଜି ୬ ଲକ୍ଷ ରାସନ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ପ୍ରତ୍ୟେକ ଲୋକଙ୍କ ପାଖରେ କାର୍ଡ ପହଞ୍ଚିବ । ଏ ନେଇ ପ୍ରକୟିୟା ଜାରିଥିବାବେଳେ ଆଗାମୀ ଦିନରେ ଆହୁରି ଲୋକଙ୍କୁ ରାସନ କାର୍ଡ ବଣ୍ଟାଯିବ ବୋଲି ନିଜ ଅଭିଭାଷଣରେ କହିଛନ୍ତି ଖାଉଟି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର ।ରାଷ୍ଟ୍ରୀୟ ପଞ୍ଜାୟତି ରାଜ ଦିବସ ଅବସରରେ ରାସନ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ରାସନ କାର୍ଡକୁ ନେଇ ବିରୋଧୀ ଦଳ ନେତା ଅରୁଣ ସାହୁ କଟାକ୍ଷ କରିଛନ୍ତି ।୫୦ ଲକ୍ଷ ଭୂତ ରାସନ କାର୍ଡ ଧରିଛୁ ବୋଲି ବିଧାନସଭାରେ ସରକାର କହିଥିଲେ । କୁଆଡେ ଗଲେ ଭୂତ ରାସନକାର୍ଡ । ଖାଲି ମିଛ କହୁଛନ୍ତି ସରକାର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଡିଜେ ସାଉଣ୍ଡ ଲଗାଇ କହିଲେ କି ୫୦ ଲକ୍ଷ ଭୂତ ରାସନ୍ କାର୍ଡ ଅଛି। ହେଲେ ଏବେ ଯାଏଁ ଭୂତ କି ଡାହାଣୀ ବାହାରିଲେ ନାହିଁ । ବାହାରେ ଥିବା ଲୋକ ଇକେୱାଇସି କରିପାରି ନାହାନ୍ତି । ଏମାନେ ଫଲ୍ସ, ଏମାନଙ୍କ କଥା ସବୁ ଫଲ୍ସ ବୋଲି କହିଲେ ଅରୁଣ ।