ଆଜିଠୁ ବାଦଳିଯିବ ଏଟିଏମ୍ ରୁ ଟଙ୍କା ଉଠାଣ ଓ ରେଲଓ୍ବେ ୱେଟିଂ ଟିକେଟ ନିୟମ

ଆରମ୍ଭ ହୋଇଛି ମେ’ ମାସ। ଆଜିଠାରୁ ଦେଶରେ ଗ୍ୟାସ ସିଲିଣ୍ଡର ମୂଲ୍ୟଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ଏବଂ ରେଳବାଇ ପର୍ଯ୍ୟନ୍ତ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ଖର୍ଚ୍ଚ ଏବଂ ଜୀବନଚର୍ଯ୍ୟା ଉପରେ ସିଧାସଳଖ ପ୍ରଭାବ ପକାଇବ। ଆଜିଠୁ ଏଟିଏମର ନିୟମଗୁଡ଼ିକରେ ପରବର୍ତ୍ତନ ହେବାକୁ ଯାଉଛି। ଆରବିଆଇ ପକ୍ଷରୁ ନେସନାଲ ପେମେଣ୍ଟସ କର୍ପୋରେସନ ଅଫ୍ ଇଣ୍ଡିଆର ପ୍ରସ୍ତାବକୁ ମଞ୍ଜୁରୀ ଦେବା ପରେ ଅନ୍ୟ ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କରିବା ଏଣିକି ମହଙ୍ଗା ହୋଇଯିବ।

୧ ମେ’ ୨୦୨୫ରୁ ଅନ୍ୟ ବ୍ୟାଙ୍କ ଏଟିଏମରୁ ଏକ ଧାର୍ଯ୍ୟ ଲିମିଟ ପରେ ଟଙ୍କା ବାହାର କରିବା ଉପରେ ୧୭ ଟଙ୍କା ଲାଗୁଥିଲା, ତେବେ ବର୍ତ୍ତମାନ ତାହା 23 ଟଙ୍କା ଲାଗିବ।ବାଲାନ୍ସ ଚେକ୍ କରିବାର ଚାର୍ଜ ମଧ୍ୟ ୭ ଟଙ୍କାରୁ ବଢି ୯ ଟଙ୍କା କରିଦିଆଯାଇଛି। ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଅନ୍ୟ ଏଟିଏମରୁ ଟଙ୍କା ଉଠାଇବା ପାଇଁ ମେଟ୍ରୋ ସହରରେ ୫ ଏବଂ ନନ ମେଟ୍ରୋରେ ୩ଟି ଫ୍ରୀ ଟ୍ରାଞ୍ଜାକ୍ସନର ଲିମିଟ ଦେଉଛି। ଅନ୍ୟପକ୍ଷେ ଏବେ ଯାତ୍ରୀମାନଙ୍କ ପାଖରେ ୱେଟିଂ ଟିକେଟ ଥିଲେ ସେମାନେ ସ୍ଲିପର୍‌ କିମ୍ବା ଏସି କୋଚ୍‌ରେ ଯାତ୍ରା କରିପାରିବେ ନାହିଁ। ସେମାନଙ୍କୁ କେବଳ ଜେନେରାଲ କୋଚରେ ଯାତ୍ରା କରିବାକୁ ପଡିବ। ଏହା ସହିତ ଆଗୁଆ ଟିକେଟ ବୁକିଂର ସୀମା ମଧ୍ୟ ୧୨୦ ଦିନରୁ ୬୦ ଦିନକୁ ହ୍ରାସ କରାଯାଇଛି। ରେଳ ଭଡ଼ା ଏବଂ ରିଫଣ୍ଡ ଚାର୍ଜ ମଧ୍ୟ ବୃଦ୍ଧି ପାଇପାରେ।

ଅଧିକ ପଢନ୍ତୁ

Odisha Darpan Digital