ରାଜ୍ୟରେ ଆଉ ୬ଟି ନୂଆ ହୋଟେଲ୍‌ ଓ ରିସର୍ଟ ଖୋଲାଯିବ ।

ରାଜ୍ୟରେ ଆଉ ୬ଟି ନୂଆ ହୋଟେଲ୍‌ ଓ ରିସର୍ଟ ଖୋଲାଯିବ । ଏନେଇ ଶୁକ୍ରବାର ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ୍‌ ୱିଣ୍ଡୋ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏହି ହୋଟେଲ ଆଉ ରିସର୍ଟ ଗୁଡିକ ଗଞ୍ଜାମ, ଖୋର୍ଦ୍ଧା, ଅନୁଗୁଳ ଓ କୋରାପୁଟରେ ଖୋଲାଯିବ । ଏନେଇ ବୈଠକରେ ଏହି ପ୍ରକଳ୍ପ ସମେତ ୩୮୯୮.୫୪ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି ।ବୈଠକରୁ ମିଳିଥିବା ସୂଚନା ଅନୁସାରେ ବିରେନ୍ଦ୍ର ହୋଟେଲ୍‌ସ ଆଣ୍ଡ୍ ରିସୋର୍ଟସ୍‌ ଏବଂ ଟେସ୍‌କୋ ହୋଟେଲ୍‌ସ ଆଣ୍ଡ୍‌ ମଲ୍‌ସ ଇନ୍‌ଫ୍ରାପ୍ରୋଜେକ୍ଟସ୍‌ ଖୋର୍ଦ୍ଧାରେ, ସୂର୍ଯ୍ୟ ଇକୋ ରିସୋର୍ଟସ୍‌ ଅନୁଗୁଳରେ, ସତ୍ତ୍ବ ଓଲିଓ ଗଞ୍ଜାମରେ ଏବଂ ଟିକେ ଇଣ୍ଟରନ୍ୟାସନାଲ୍‌ କୋରାପୁଟରେ ହୋଟେଲ୍‌ ଓ ରିସୋର୍ଟ ସ୍ଥାପନ କରିବେ। ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ ୫୦୦ କୋଟି ଟଙ୍କା ନିବେଶ ‌କରାଯିବ। ଏହା ବ୍ୟତୀତ, ଶ୍ରୀ ମେଟାଲିକ୍ସ ଏହାର କେନ୍ଦୁଝର କାରଖାନା ସମ୍ପ୍ରସାରଣରେ ୮୮୫ କୋଟି ଟଙ୍କା ନିବେଶ କରିବ। ଟାଟା ଷ୍ଟିଲ୍‌ ପକ୍ଷରୁ ଢେଙ୍କାନାଳ କାରଖାନା ସମ୍ପ୍ରସାରଣରେ ୭୦୦ କୋଟି ଟଙ୍କା ନିବେଶ କରାଯିବ। ଯାଜପୁରରେ ଲିଣ୍ଡେ ଇଣ୍ଡିଆ ଏକ ଏୟାର ସେପାରେସନ୍ ୟୁନିଟ୍ ବସାଇବାରେ ୪୨୫ କୋଟି ନିବେଶ କରିବ। ଏସିଏମ୍‌ଇ କ୍ଲିନ୍ ଏନର୍ଜି ଗଞ୍ଜାମରେ ୩୬୬ କୋଟି ଟଙ୍କା ଖଟାଇବ। ଏଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୭୪୬୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହି ପ୍ରକଳ୍ପଗୁଡ଼ିକୁ ରାଜ୍ୟର ୧୧ଟି ଜିଲ୍ଲାରେ ସ୍ଥାପନ କରାଯିବ ।

ଅଧିକ ପଢନ୍ତୁ

kc ads