ଦୀଘା ଜଗନ୍ନାଥ ମନ୍ଦିରକୁ ଦାରୁ ନେଇଯିବା ପ୍ରସଙ୍ଗ । ଶ୍ରୀମନ୍ଦିର ସବୁ ସେବାୟତ ନିଯୋଗକୁ ନୋଟିସ

ଶ୍ରୀମନ୍ଦିରର ସମସ୍ତ ସେବାୟତ ନିଯୋଗ ସଭାପତି ଓ ସମ୍ପାଦକଙ୍କୁ ନୋଟିସ ଜାରି କରାଯାଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି। ଏହି ପ୍ରସଙ୍ଗରେ ଆସନ୍ତାକାଲି ସୁଦ୍ଧା ଲିଖିତ ଉତ୍ତର ରଖିବାକୁ ନୋଟିସ୍ ହୋଇ କାଲି ସନ୍ଧ୍ୟା ୫ଟା ସୁଦ୍ଧା ଲିଖିତ ଭାବେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର । ଦୀଘା ଜଗନ୍ନାଥ ମନ୍ଦିରରେ କିଛିଟା ବ୍ୟତିକ୍ରମ ହେବା ଜଣାପଡିଛି । ଦୀଘାକୁ ଜଗନ୍ନାଥ ଧାମ ନାମ ଦେବାକୁ ଆମେ ଦୃଢ଼ ନିନ୍ଦା କରୁଛୁ । ମହାପ୍ରଭୁଙ୍କୁ ଏକ ଖେଳଣା ବୋଲି ପଶ୍ଚିମବଙ୍ଗ ସରକାର ଭାବୁଛନ୍ତି । ଏହାର ପ୍ରଭାବ ନିଶ୍ଚୟ ତାଙ୍କ ଉପରେ ପଡିବ । ପଶ୍ଚିମବଙ୍ଗ ସରକାର ରାଜନୀତି ଉଦ୍ଦେଶ୍ୟ ରଖି ଏଭଳି କାର୍ଯ୍ୟ କରୁଛନ୍ତି ।

ଶ୍ରୀମନ୍ଦିରର ସ୍ବତନ୍ତ୍ର ରେକର୍ଡ ଅଫ ରାଇଟ ଅଛି । ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ ପରେ ବଳକା ଦାରୁ ପୋତାଯାଏ । ଆଉ କିଛି ଦାରୁ ରଖାଯାଇ ମହାପ୍ରଭୁଙ୍କ ନୀତିକାନ୍ତି, ସେବାପୂଜା କାର୍ଯ୍ୟରେ ଲାଗିଥାଏ । ବଳକା ଥିବା ଦାରୁ କେହି ନେଇପାରିବେ ନାହିଁ । ଦାରୁ ଶ୍ରୀମନ୍ଦିର ପ୍ରଶାସନ ହେପାଜତରେ ରହେ । କିନ୍ତୁ ପରବର୍ତ୍ତୀ ସମୟରେ ୧୯୯୬ରୁ ଦଇତାପତି ନିଯୋଗ ହେପାଜତରେ ଏହାକୁ ରଖାଯାଇଛି । ପୂର୍ବରୁ କେତେ ଦାରୁ ଥିଲା, ଏବେ କେତେ ଦାରୁ ଅଛି ଏହାର ତଦନ୍ତ ପାଇଁ ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରିଛୁ ।

ଅଧିକ ପଢନ୍ତୁ

kc ads