POK-ପାକିସ୍ତାନରେ ଏୟାରଷ୍ଟ୍ରାଇକ ପରେ ଭାରତରେ ୯ଟି ବିମାନବନ୍ଦର ବନ୍ଦ

ପାକିସ୍ତାନରେ ୯ଟି ଆତଙ୍କବାଦୀ ଶିବିର ଉପରେ ଭାରତ ଅପରେସନ ସିନ୍ଦୂର କରିବା ପରେ, ସ୍ପାଇସଜେଟ୍ ଏବଂ ଅନ୍ୟାନ୍ୟ ଏୟାରଲାଇନ୍ସ ଭାରତର ଉତ୍ତର ଭାଗରେ ଥିବା ଅନେକ ବିମାନବନ୍ଦର ପାଇଁ ଉଡ଼ାଣ ପରାମର୍ଶ ଜାରି କରିଛନ୍ତି । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଘୋଷଣା କରିଛନ୍ତି ଯେ, ବିମାନଗୁଡ଼ିକ ପ୍ରଭାବିତ ହେବ, ଏବଂ ଯାତ୍ରୀମାନଙ୍କୁ ଯାତ୍ରା କରିବା ପୂର୍ବରୁ ଅପଡେଟ୍ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି । ଅମୃତସରକୁ ଆସିବାକୁ ଥିବା ୨ଟି ଅନ୍ତର୍ଜାତୀୟ ବିମାନ ଦିଲ୍ଲୀ ଆସିବ ବୋଲି ସୂଚନା ଦିଆଯାଇଛି ।ସୂଚନା ଅନୁସାରେ ପହଲଗାଓଁ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ମଧ୍ୟରାତ୍ରିରେ ପାକିସ୍ତାନରେ ଭାରତ ବଡ ଏୟାରଷ୍ଟ୍ରାଇକ କରିଛି । ପାକ୍‌ ଅଧିକୃତ କାଶ୍ମୀରରେ ଲଢୁଆ ବିମାନ ଓ ମିସାଇଲ ମାଡ କରି ଆତଙ୍କୀ ଶିବିରକୁ ଧ୍ୱଂସ କରିଛି ଭାରତୀୟ ସେନା । ସେନାର ଏହି ଅପରେସନର ନାମ ସିନ୍ଦୂର ରଖାଯାଇଛି । ଏୟାରଆଟାକ ପରେ ଭାରତରେ ୯ଟି ବିମାନ ବନ୍ଦରରେ ଉଡାଣ ବନ୍ଦ କରାଯାଇଛି ।

ଅଧିକ ପଢନ୍ତୁ