ଏଥର ଶିମିଳିପାଳକୁ ସୁରକ୍ଷା ଦେବେ ଦୁଇଟି ପ୍ରଶିକ୍ଷିତ ସ୍ନିଫର୍ ଡଗ୍ । ଏନେଇ ଶିମିଳିପାଳ ଟାଇଗର୍ ରିଜର୍ଭର ସୁରକ୍ଷା ଦାୟିତ୍ବରେ ସାମିଲ ହେଲେ ବେଲଜିଆନ୍ ମାଲିନୋଇସ୍ ପ୍ରଜାତିର କୁକୁର ନାନ୍ତା ଓ ଅନ୍ନିକା । ଉଭୟ କୁକୁର ତେଲେଙ୍ଗାନାର ସିକନ୍ଦରାବାଦଠାରେ ତାଲିମ ସମାପ୍ତ କରି ଶିମିଳିପାଳକୁ ଆସିଛନ୍ତି ।
ଅପରାଧୀ କିମ୍ବା ଅନ୍ୟ ସନ୍ଦିଗ୍ଧ ଗତିବିଧିର ପିଛା କରିବା ପାଇଁ ନାନ୍ତାକୁ ଟ୍ରାକିଂ ତଥା ଅନୁସରଣରେ ବିଶେଷ ଭାବେ ପ୍ରଶିକ୍ଷଣ ଦିଆଯାଇଛି । ସେହିପରି ହାତୀ ଦାନ୍ତ, ବାଘ ଚମଡ଼ା ଓ ଜୀବଜନ୍ତୁଙ୍କ ଦେହାବଶେଷକୁ ଆଘ୍ରାଣ କରି ଠାବ କରିବାରେ ଅନ୍ନିକା ବେଶ୍ ପାରଙ୍ଗମ ବୋଲି ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି ।