ଟେଷ୍ଟରୁ ସନ୍ନ୍ୟାସ ନେଲେ ବିରାଟ କୋହଲି । 

ଯାହା ଆଶଙ୍କା କରାଯାଉଥିଲା, ତାହା ସତ ହେଲା। ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କଲେ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି।ରାଟ କୋହଲି ସୋସିଆଲ ମିଡିଆରେ ତାଙ୍କ ଅବସର ବିଷୟରେ ସୂଚନା ଦେଇଛନ୍ତି। ଗତ ୧୪ ବର୍ଷ ଧରି ସେ ଖେଳିଆସୁଥିଲେ ଟେଷ୍ଟ । କ୍ୟାରିୟରରେ ରଚିଛନ୍ତି ଅନେକ କୀର୍ତ୍ତିମାନ । ଗତ ସପ୍ତାହରେ ବିରାଟ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ବିସିସିଆଇ ତାଙ୍କ ଅବସରକୁ ଗ୍ରହଣ କରିନଥିଲା । ଏବେ ତାଙ୍କର ଶେଷ ନିଷ୍ପତ୍ତିରେ ବାଜିଛି ମୋହର । କିଙ୍ଗ କୋହଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, “ଟେଷ୍ଟ କ୍ରିକେଟରେ ପ୍ରଥମ ଥର ପାଇଁ ‘ବ୍ୟାଗି ବ୍ଲୁ’ ଜର୍ସି ପିନ୍ଧିବାର ୧୪ ବର୍ଷ ବିତିଗଲାଣି। ସତ କହିବାକୁ ଗଲେ, ଏହି ଫର୍ମାଟ୍ ମୋତେ କେତେ ଦୂର ନେଇଯିବ ତାହା ମୁଁ କେବେ କଳ୍ପନା କରି ନଥିଲି। ଟେଷ୍ଟ କ୍ରିକେଟ ମୋର ଅନେକ ପରୀକ୍ଷା କରିଥିଲା, ମୋତେ ତିଆରି କରିଥିଲା ​​ଏବଂ ମୋତେ ଏପରି ଶିକ୍ଷା ଦେଇଥିଲା ଯାହାକୁ ମୁଁ ଜୀବନସାରା ମୋ ସହିତ ରଖି ଆଗକୁ ବଢ଼ିବି।”

ଅଧିକ ପଢନ୍ତୁ

Odisha Darpan Digital