ଆଇଏମଡି କହିନାହିଁ, ୨୩ ରୁ ୨୮ ତାରିଖ ମଧ୍ୟରେ ବାତ୍ୟା ସୃଷ୍ଟି ହେବା ନେଇ ଚର୍ଚ୍ଚା

ଏ ବର୍ଷ ପୁଣି ମେ ମାସରେ ବାତ୍ୟା ସମ୍ଭାବନା। ଆଇଏମଡି କହିନାହିଁ। କିନ୍ତୁ ବାତ୍ୟାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ଆଣ୍ଡାମାନ ସାଗର ଉପରେ ଏବେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୧୬ରୁ ୧୮ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୨୩ରୁ ୨୮ ତାରିଖ ଭିତରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ବୋଲି ବାଂଲାଦେଶର ଜଣେ ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । କିନ୍ତୁ ଭାରତୀୟ ପାଣିପାଗ ବିଭାଗ ଏ ନେଇ କୌଣସି ଆକଳନ କରିନି । ଆଇଏମ୍‌ଡିର ଜଣେ ପାଣିପାଗ ବିଜ୍ଞାନୀ କହିଛନ୍ତି, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଶକ୍ତିଶାଳୀ ରହିଛି । ଏହା କେରଳରେ ସ୍ୱାଭାବିକ ସମୟଠାରୁ ୨ ଦିନ ଆଗୁଆ ପହଞ୍ଚିପାରେ । ମୌସୁମୀ ବାୟୁ ଶକ୍ତିଶାଳୀ ଥିବାରୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ବି ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍‌ । କିଛି ପାଣିପାଗ ବିଶେଷଜ୍ଞ ‘ଶକ୍ତି’ ନାମକ ସମ୍ଭାବ୍ୟ ବାତ୍ୟା ଗଠନ ସମ୍ପର୍କରେ ସତର୍କ କରୁଛନ୍ତି। ସେମାନେ ସଚେତନ କରିଛନ୍ତି ଯେ ମେ ୨୩ ରୁ ୨୮ ମଧ୍ୟରେ ବଙ୍ଗୋପସାଗର ରେ ଏହି ବାତ୍ୟା ଗଠିତ ହେବାର ଶକ୍ତିଶାଳୀ ସମ୍ଭାବନା ରହିଛି। ତଥାପି, ଭାରତୀୟ ପାଣିପାଗ ବିଭାଗ (IMD) ଏଯାଁତା ଯାଞ୍ଚ କରିନାହିଁ ଯେ ଏକ ବାତ୍ୟା ଗଠିତ ହୋଇଛି। ଏହି ଘଟଣା ଘୁର୍ଣ୍ଣିବାତ୍ୟାରେ ପରିଣତ ହେବ କି ନାହିଁ

ଅଧିକ ପଢନ୍ତୁ

Odisha Darpan Digital