ଜୋରସୋରରେ ରଥଖଳାରେ ଚାଲିଛି ରଥନିର୍ମାଣ କାର୍ଯ୍ୟ ।

ଶ୍ରୀକ୍ଷେତ୍ର ଭଉଁରୀକୁ ଆଉ ମାତ୍ର ୪ ଦିନ ବାକି । ଜୋରସୋରରେ ରଥଖଳାରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ତେବେ ଭଉଁରୀକୁ ଦୃଷ୍ଟିରେ ତିନି ରଥର ନାହାକା ଚକ ଅଖ ପ୍ରସ୍ତୁତ କରାଯାଉଛି । ଏଥିସହ ଏବେ ବି ଚାଲିଛି ସିଙ୍ଗଡ଼ା ବାଡିଆ କାର୍ଯ୍ୟ । ତିନିରଥର ୪୨ଟି ତୁମ୍ଭରେ ୬୭୨ ଟି ଅର ସଂଯୋଗ ପ୍ରକ୍ରିୟା ଜାରି ରହିଛି ।ଯନ୍ତାପଟାରେ ପଡି ସିଙ୍ଗଡ଼ାକୁ ପହି ପିନ୍ଧାଇ ଖୁସିଆର କରାଯାଉଛି ।

ଏହାପରେ କଳସା କରାଯାଇ ପହିକୁ ଖାପରେ ବନ୍ଧେଣି କରି ଚକ ପ୍ରସ୍ତୁତ କରାଯାଉଛି । ରଥ ନିର୍ମାଣ ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ଭଉଁରୀ ଦିନ ଚକ ଅଖ ଡେରା ଯିବ । ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଅଖ ସଂଯୋଗ ହେବ ।ଏଥିସହ କମାର ଶାଳରେ କମାର ମାନେ ତିନିରଥ ପାଇଁ ଲୁହା କଣ୍ଟା ସହ ଲୁହା ସାମଗ୍ରୀ ତିଆରି କରୁଛନ୍ତି । କମାର ଶାଳରେ ଅରକଣ୍ଟା, ଅର କ୍ଲାମ୍ପ ଓ ୪୨ଟି ତୁମ୍ଭର ୪୨ ଯୋଡା ପନ୍ଦାରି ନିର୍ମାଣ ଜାରି ରହିଛି ।

ଅଧିକ ପଢନ୍ତୁ

kc ads