ରବିବାର ଲଞ୍ଚ ହେବ ଇସ୍ରୋର ଇଓଏସ୍-୯ ମିଶନ

ଇସ୍ରୋ (ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ)ର ପିଏସ୍‌ଏଲ୍‌ଭି-ସି୬୧/ଇଓଏସ୍‌-୦୯ ମିଶନ ଉତ୍‌କ୍ଷେପଣ ତାରିଖ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆସନ୍ତା ରବିବାର ସକାଳ ୫.୫୯ରେ ସତୀଶ ଧୱନ ମହାକାଶ କେନ୍ଦ୍ର ଶ୍ରୀହରିକୋଟାରୁ ଏହା ଲଞ୍ଚ୍‌ ହେବ । ଏହା ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ । ନିକଟରେ ଜାରି ଏକ ଟାଇମ୍‌ଲାପ୍ସ ଭିଡିଓ ଏହି ମିଶନର ପ୍ରସ୍ତୁତିକୁ ଆହୁରି ରୋଚକ କରିଛି ।ପିଏସ୍‌ଏଲ୍‌ଭି-ସି୬୧ ମିଶନ ଇଓଏସ୍‌-୯ (ରିସାଟ୍‌-୧ବି) ଉପଗ୍ରହକୁ ନେଇ ଯିବ । ଏହା ଏକ ଉନ୍ନତ ରାଡାର ଇମେଜିଂ ଉପଗ୍ରହ । ଏହାର ଓଜନ ୧,୭୧୦ କିଲୋଗ୍ରାମ୍‌ । ସି-ବ୍ୟାଣ୍ଡ୍‌ ସିନ୍ଥେଟିକ୍‌ ଅପର୍ଚର ରାଡାର (ଏସ୍‌ଏଆର୍‌) ଏହାକୁ ଦିନ- ରାତି, ଯେକୌଣସି ପାଣିପାଗରେ ହାଇ-ରିଜୋଲ୍ୟୁସନ ଚିତ୍ର ନେବାରେ ସାହାଯ୍ୟ କରେ ।

ଇଓଏସ୍‌-୯ର ମୁଖ୍ୟ ଉଦ୍ଦେଶ୍ୟ କୃଷି, ଜଙ୍ଗଲ ଉପରେ ନଜର, ବିପର୍ଯ୍ୟୟ ପ୍ରବନ୍ଧନ, ସହରୀ ଯୋଜନା ଓ ରାଷ୍ଟ୍ରୀୟ ସୁରକ୍ଷା ଭଳି କ୍ଷେତ୍ରରେ ସାହାଯ୍ୟ କରିବା । ଖାସ୍‌କରି ପହଲଗାମ୍‌ ଭଳି ଘଟଣା, ଜମ୍ମୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ ଉପରେ ମଧ୍ୟ ଏହା ନଜର ରଖିପାରିବ । ସମ୍ବେଦନଶୀଳ ସୀମା ଓ ତଟୀୟ କ୍ଷେତ୍ରରେ ସୁରକ୍ଷାକୁ ଆହୁରି ବଢ଼ାଇବା ପାଇଁ ଏହି ଉପଗ୍ରହକୁ ତୁରନ୍ତ ଲଞ୍ଚ୍‌ କରିବାକୁ ଯୋଜନା ହୋଇଛି ।

ଅଧିକ ପଢନ୍ତୁ

kc ads