ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ବିଭିନ୍ନ ପଦାଧିକାରୀଙ୍କ ତାଲିକା ଜାରି

ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଶନିବାର ରାଜ୍ୟର ବିଭିନ୍ନ ପଦାଧିକାରୀଙ୍କ ତାଲିକା ଜାରି କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୋଷାଧ୍ୟକ୍ଷ ଭାବେ ସିଦ୍ଧାର୍ଥ ସ୍ବରୁପ ଦାସଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ୭ଜଣ ଉପସଭାପତି, ୧୦ ସାଧାରଣ ସମ୍ପାଦକ, ୧୨ ସାଧାରଣ ସମ୍ପାଦକଙ୍କ ନାଁ ତାଲିକାରେ ପ୍ରକାଶ ପାଇଛି। ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, ସି.ଏସ୍. ରାଜେନ ଏକ୍କା, ଲଲାଟେନ୍ଦୁ ମହାପାତ୍ର, ସସ୍ମିତା ବେହେରାଙ୍କୁ ଉପସଭାପତି କରାଯାଇଛି ।ସାଧାରଣ ସମ୍ପାଦକ ଭାବେ ଅଶୋକ ଦାସ, ଅପ୍ପଲ ସ୍ବାମୀ କାଡ୍ରକାଙ୍କୁ ନିଯୁକ୍ତି କରାଯାଇଛି।ଏହାସହ ଦଳ ସତ୍ୟଜିତ୍ ଗମାଙ୍ଗୋଙ୍କୁ ସୋସିଆଲ୍ ମିଡିଆ ବିଭାଗ ଅଧ୍ୟକ୍ଷ ଓ ସନ୍ତୋଷ ପ୍ରଧାନଙ୍କୁ ସହ-ଅଧ୍ୟକ୍ଷ କରିଛି ।

ଅଧିକ ପଢନ୍ତୁ

kc ads