ପାକିସ୍ତାନୀ ଗୁପ୍ତଚର ଜ୍ୟୋତିଙ୍କ ବାପା କଣ କହିଲେ ଝିଅ ବିଷୟରେ ….

ପାକିସ୍ତାନୀ ଗୁପ୍ତଚର ତଥା ୟୁଟ୍ୟବର ଜ୍ୟୋତି ମାଲହୋତ୍ରାଙ୍କ ବାପା ହରିଶ ମାଲହୋତ୍ରା ଜାତୀୟ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କିନ୍ତୁ ଝିଅର ଏଭଳି କାରନାମା ନେଇ କିଛି ଜାଣି ନ ଥିବା କହିଛନ୍ତି । ଜ୍ୟୋତିଙ୍କ ପାକିସ୍ତାନର ଯାତ୍ରା ଓ ଗୁପ୍ତଚର ପ୍ରଶ୍ନରେ ହରିଶ କହିଛନ୍ତି, ମୁଁ କେବେ ଜ୍ୟୋତିଙ୍କ ପାକ୍‌ କନେକ୍ସନ ବା ପାକିସ୍ତାନ ଯିବାକୁ ନେଇ କୌଣସି କଥା କେବେ ଜାଣି ନାହିଁ। ମୋତେ ତାର କାର୍ଯ୍ୟକଳାପ ବିଷୟରେ କିଛି ସୂଚନା ନଥିଲା କି ସେ କାହା ସହ ସଂପର୍କରେ ଥିଲା , ତାହା ବି ଜଣା ନଥିଲା। ଜ୍ୟୋତି ଘରେ ହିଁ ଭିଡ଼ିଓ କରୁଥିଲା। ଆମର ଘରକୁ କେବେ ତାର କେହି ବନ୍ଧୁ ମଧ୍ୟ ଆସି ନାହାନ୍ତି। ସେ ଆମକୁ କେବେ ପାକିସ୍ତାନ ଯିବା କଥା କହି ନାହିଁ। ସୂଚନାମୁତାବକ ଜ୍ୟୋତିଙ୍କର ପାକିସ୍ତାନର ଜଣେ ବ୍ୟକ୍ତି ସହ ଲଗାତାର ସଂପର୍କ ଥିଲା। ସେ ସମ୍ୱେଦନଶୀଳ ସୂଚନା ସେୟାର କରୁଥିଲେ, ଯାହା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ହୋଇଥାନ୍ତା। ପ୍ରାରମ୍ଭିକ ଯାଞ୍ଚରେ ତାଙ୍କର ଡିଜିଟାଲ ଉପକରଣରୁ ଅନେକ ସଦିଗ୍ଧ ଚାଟ୍‌ ଓ ଫାଇଲ୍ସ ଜବତ କରାଯାଇଛି।

ଅଧିକ ପଢନ୍ତୁ

Odisha Darpan Digital