ମହାରାଷ୍ଟ୍ରର ରାଜ ରାଜେଶ୍ୱର ଗୁରୁଜୀ । ବୟସ ୭୨ ବର୍ଷୀ ହୋଥିବା ବେଳେ ଭାରତ ଭ୍ରମଣ କରୁଛନ୍ତି । ନାସିକରୁ ଯାତ୍ରା ଆରମ୍ଭ କରିଥିବା ରାଜେଶ୍ବର ଏବେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ପହଞ୍ଚିଛନ୍ତି। ପିତା ସ୍ୱର୍ଗତ ଶାନ୍ତିଲାଲ ଏବଂ ମାତା ରମା ବେନଙ୍କ ପୁତ୍ର ହେଉଛନ୍ତି ରାଜ ରାଜେଶ୍ୱର । ଦୀର୍ଘ ବର୍ଷ ଧରି ମୁମ୍ୱାଇରେ ରହିଆସୁଥିବା ରାଜ ରାଜେଶ୍ୱର ଶିକ୍ଷା ସମାପ୍ତ ପରେ ସେ ସେଠାରେ ହିଁ ବ୍ୟବସାୟ କରିଥିଲେ ।ପରେ କର୍ମମୟ ଜୀବନରୁ ଅବସର ନେବା ପରେ ପାଦରେ ଚାଲିଚାଲି ଦେଶର ପ୍ରମୁଖ ପୀଠ ଓ ମନ୍ଦିରରେ ଦର୍ଶନ କରିବା ପାଇଁ ଲକ୍ଷ୍ୟ ରଖିଥିଲେ । ସେ ପ୍ରଥମେ ନାସିକରୁ ବାହାରି ନାଗପୁର, ଝାଡ଼ଖଣ୍ଡ, କଲିକତାର ହୋଇ ଓଡ଼ିଶାରେ ପହଞ୍ଚିଥିଲେ । ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରି କନ୍ୟାକୁମାରୀ ଅଭିମୁଖେ ବାହାରିଛନ୍ତି ।ରାଜ ରାଜେଶ୍ୱର ଗୁରୁଜୀ କହିଛନ୍ତି,” ଜୀବନ ବଞ୍ଚିବାର ରହିଛି ତ କୌଣସି ମାନସିକ ଅଶାନ୍ତି ନ ନେଇ କାର୍ଯ୍ୟ କରନ୍ତୁ ।
ଜୀବନ ବଞ୍ଚିବାର ଯେଉଁ ସୁଯୋଗ ମିଳିଛି ତାହାର ଭରପୁର ଫାଇଦା ନିଅନ୍ତୁ ଏବଂ ଜୀବନକୁ ଭରପୁର ଉପଭୋଗ କରନ୍ତୁ । ଜୀବନରେ ପ୍ରତ୍ୟେକଙ୍କର ମୃତ୍ୟୁ ନିଶ୍ଚିତ ହେଲେ ମୃତ୍ୟୁ ପୂର୍ବରୁ ସମସ୍ତ ବିଷୟକୁ ଗୁରୁତ୍ୱ ଦେବା ସହିତ ଜୀବନ ବଞ୍ଚିବାର ଶୈଳୀକୁ ପରିବର୍ତ୍ତନ କରିବା ଉଚିତ୍ । ଜୀବନରେ ତମକୁ ସମସ୍ତେ ଗୋଲାମ କରିବାକୁ ଚାହିଁବେ ହେଲେ ନିଜେ ସ୍ବାଧୀନ ରହିବା ପାଇଁ ଚେଷ୍ଠା କରିବା । ବର୍ତ୍ତମାନର ଗ୍ରୀଷ୍ଣର ପ୍ରଭାବ ରହୁଥିବା ଯୋଗୁଁ ମୁଁ ଭୋର ସକାଳ ସମୟରେ ଏବଂ ରାତ୍ର ସମୟରେ ଯାତ୍ରା କରୁଛି ଏବ ଦିନରେ ବିଶ୍ରାମ ନେଉଛି । ଦୈନିକ ୨୦ ରୁ ୨୨ କିଲୋମିଟର ଯାତ୍ରା କରୁଛି ।