+୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର ।

ବଢ଼ିଲା ଯୁକ୍ତ ତିନି ନାମଲେଖା ଅବଧି । ଏନେଇ ଉଚ୍ଚଶିକ୍ଷା ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜି ଯୁକ୍ତ ତିନି ନାମଲେଖା ପାଇଁ ରହିଥିଲା ଶେଷ ଦିନ । ଏହାର ଅବଧି ବଢି ଜୁନ ୧ ତାରିଖ ପର୍ଯ୍ୟନ୍ତ କରାଯାଇଛି ।+୩ ନାମଲେଖା ଏପ୍ରିଲ୍ ୧୬ ଅର୍ଥାତ ବୁଧବାରଠାରୁ ଆରମ୍ଭ ହୋଇଥିଲା। କମନ୍ ଆପ୍ଲିକେସନ ଫର୍ମରେ ଛାତ୍ରଛାତ୍ରୀ କରିଥିଲେ ଆବେଦନ। ସାମସ୍ ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଯେଉଁମାନେ ସିଏଏଫରେ ଆବେଦନ କରିଛନ୍ତି, ମାର୍କସିଟ୍ ଅପଲୋଡ କରିପାରିବେ।ଜୁଲାଇ ୧୦ ତାରିଖରୁ ପାଠପଢା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏପର୍ଯ୍ୟନ୍ତ +୨ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇନି, କିନ୍ତୁ ଏହା ପୂର୍ବରୁ +୩ ପଢିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀ ସାମସ୍ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ।

ଅଧିକ ପଢନ୍ତୁ

kc ads