ଆରବସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ଆଜି ଅବପାତ

ପୂର୍ବ-କେନ୍ଦ୍ରୀୟ ଆରବ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସନ୍ଧ୍ୟାରେ ଲଘୁଚାପ ରୂପ ନେଇଛି । ଏହାର ପ୍ରଭାବରେ ପଶ୍ଚିମ ଉପକୂଳ ଗୁଜରାଟ, ଗୋଆ, କର୍ଣ୍ଣାଟକ ଏବଂ କେରଳରେ ବର୍ଷା ଆରମ୍ଭ ହୋଇଯାଇଥିବାବେଳେ, ଆହୁରି ସପ୍ତାହ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।ବଙ୍ଗୋପସାଗରରୁ ବାଦଲ ଖଣ୍ଡ ସ୍ଥଳଭାଗକୁ ଆସିଛି। ଫଳସ୍ବରୂପ ସକାଳୁ ସକାଳୁ ଆକାଶରେ କଳାହାଣ୍ଡିଆ ମେଘଖଣ୍ଡ ଦେଖିବାକୁ ମିଳିଥିଲା। ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଥିବାରୁ ସର୍ବାଧିକ ତାପମାତ୍ରା ପ୍ରାୟ ଅଞ୍ଚଳରେ କମିଛି। ରାଜ୍ୟର ସର୍ବାଧିକ ତାପମାତ୍ରା ସବୁଠୁ ଅଧିକ ସମ୍ବଲପୁରରେ ୪୧.୨ ଡିଗ୍ରୀ ଥିବାବେଳେ ବୌଦ୍ଧରେ ୪୦.୨ଡିଗ୍ରୀ ରେକର୍ଡ ହୋଇଛି।ଆସନ୍ତା ୨୫ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ପାଇଁ ଚେତାବନୀ ଦିଆଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଗରମ ଓ ଗୁଳୁଗୁଳି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିପାରେ ।ଅନ୍ୟପଟେ ମୌସୁମୀ ବାୟୁ କେରଳ ମୁହାଁ ହୋଇଥିବା ସୂଚନା ପ୍ରକାଶ ପାଇଛି ।

ଅଧିକ ପଢନ୍ତୁ

kc ads