ପୁଣି ଥରେ ବୃଦ୍ଧି ପାଇଛି ସୂନା ରୂପା ଦର । କିଛି ଦିନ ତଳେ ସୁନା ଓ ରୂପା ଦରରେ ହ୍ରାସ ହୋଇଥିବା ବେଳେ ପୁଣି ଥରେ ବଜାରରେ ଆକାଶ ଛୁଆଁ ହୋଇଛି ଦାମ୍ । ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୭, ୯୧୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୯ ହଜାର ୭୫୦ ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୭, ୯୧୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୯ ହଜାର ୭୫୦ ଟଙ୍କାକୁ ପହଞ୍ଚିଛି । ମୁମ୍ବାଇରେ ୨୪ କ୍ୟାରେଟ୍ ମୂଲ୍ୟ ୯୭, ୯୧୦ ଟଙ୍କା ଓ ୨୨ କ୍ୟାରେଟ୍ ମୂଲ୍ୟ ୮୯, ୭୫୦ ଟଙ୍କା ରହିଛି । ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ୯୮, ୦୬୦ ଟଙ୍କା ଓ ୨୨ କ୍ୟାରେଟ୍ ୮୯,୯୦୦ ଟଙ୍କା ରହିଛି ।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୯୭, ୯୧୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୮୯, ୭୫୦ ଟଙ୍କା ରହିଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୯୭, ୯୧୦ ଓ ୮୯, ୭୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧,୦୧,୦୦୦ ଟଙ୍କା ହୋଇଛି ।ଅନ୍ୟପଟେ, ରୂପା ଦରରେ ବୃଦ୍ଧି ଘଟିଛି । ୧୦୦ ଟଙ୍କା ବୃଦ୍ଧି ହୋଇ ୧୦୦ ଗ୍ରାମ୍ ରୁପା ଦାମ୍ ୧୧ ହଜାର ୨୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ୧୧,୧୦୦ ଥିଲା ।