୧୦ ଫୁଟ ଲମ୍ବର ଅଜଗର ଓ ସାପ ଅଣ୍ଡା ଉଦ୍ଧାର

ଢେଙ୍କାନାଳ ବନଖଣ୍ଡ ମେରାମଣ୍ଡଳୀ ସେକ୍ସସନ ଅଧିନ ଗଉଡ଼ପଶି ଗାଁ ନିକଟରୁ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ସହିତ ସାପ ଅଣ୍ଡା ଉଦ୍ଧାର ହୋଇଛି। ଅଜଗର ସାପର ଓଜନ ପ୍ରାୟ ୮ କେଜି ରହିଛି । ସମସ୍ତ ଅଣ୍ଡା ବନ ବିଭାଗ କର୍ମଚାରୀମାନେ ପହଞ୍ଚି ସେଗୁଡିକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛନ୍ତି। ତେବେ ଉଦ୍ଧାର ହୋଇଥିବା ଅଣ୍ଡାକୁ କୃତ୍ରିମ ଉପାୟରେ ଫୁଟାଯିବା ନେଇ ଡିଏଫଓ ନିର୍ଦ୍ଦେଶ ଦେଇଛନ୍ତି।ଗତ ୨୫ ତାରିଖ ସନ୍ଧ୍ୟା ବେଳେ ସାପ ଉଦ୍ଧାର ସ୍ଥାନରୁ ପ୍ରାୟ ୫ କିମି ଦୂରରେ ନିମିଧା ଆସ୍ ପଣ୍ଡ ନିକଟରେ ମାଟିରେ ଗାତ କରି ଉଭୟ ଅଣ୍ଡା ଏବଂ ୧୦ ଫୁଟ ଲମ୍ବର ଅଜଗର ସାପକୁ ଛାଡ଼ି ଦେଇଥିଲେ। ତେବେ ଅଜଗର ସାପ ଅଣ୍ଡା ଦେବା ପରେ ଫୁଟିବା ପର୍ଯ୍ୟନ୍ତ ପ୍ରାୟ ୭୦-୮୦ ଦିନ ଯାଏଁ ଜଗି ରହିଥାଏ । ଖାଲି ସେତିକି ନୁହେଁ, ସାପ ନିଜେ ଖୋଜି ଖୋଜି ଏମିତି ସ୍ଥାନ ବାଛି ଅଣ୍ଡା ଦେଇଥାଏ ଯେମିତି ବାହାର ଶତ୍ରୁ ମାନଙ୍କ ଆଖିରେ ସହଜରେ ପଡ଼ିବ ନାହିଁ ଏବଂ ଆବଶ୍ୟକୀୟ ଉଷ୍ମତା ଏବଂ ଆର୍ଦ୍ରତା ସଠିକ୍ ପରିମାଣରେ ମିଳିବ। କିନ୍ତୁ, ସାପ ଯେଉଁ ସ୍ଥାନରେ ଅଣ୍ଡା ଦେଇଥାଏ, ସେଇ ସ୍ଥାନରୁ ତାକୁ ଧରି ଅନ୍ୟ ସ୍ଥାନକୁ ନେଇ ଗଲେ, ସେ ଆଉ ଅଣ୍ଡାକୁ ଜଗି ରହେ ନାହିଁ କିମ୍ବା ଅଣ୍ଡା ଫୁଟିବା ପାଇଁ ଠିକ୍ ପଶିବେଶ ମିଳେ ନାହିଁ। ସବୁ ଅଣ୍ଡା ନଷ୍ଟ ହୋଇଯାଏ ।

ଅଧିକ ପଢନ୍ତୁ

Odisha Darpan Digital