ଗୋଟିଏ ଚିଠି ପୁଞ୍ଜିଲାଲକୁ ଧରାଇଥିଲା-ଅରୁଣ ବୋଥ୍ରା

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାର ରାୟ ପ୍ରକାଶ ପାଇଛି । ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଆଜୀବନ ଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ତେବେ ଏହି ରାୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ତତ୍‌କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ।ସେ କହିଛନ୍ତି ଯେ ମାମଲାରେ କେହି ପ୍ରତ୍ୟକ୍ଷ ସାକ୍ଷୀନଥିଲେ, ଯାହା କି ତଦନ୍ତ ବେଳେ ସବୁଠୁ ବଡ ଚ୍ୟାଲେଞ୍ଜ ହୋଇଥିଲା । ଯେଉଁଥି ପ୍ରତ୍ୟକ୍ଷ ସାକ୍ଷୀ ନଥାନ୍ତି, ଫୋରେନସିକ୍‍ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ପୁଞ୍ଜିଲାଲ ମାମଲାରେ ଫୋରେନସିକ୍‍ ପ୍ରମାଣ ତଥ୍ୟ ଦେଇଥିଲା । ସେହିପରି ବିସ୍ଫୋରକ ବାହାର କରି ଫିଙ୍ଗିଥିବା ଖୋଳ ବି ସୁରାକ୍‍ ଦେଇଥିଲା । ସେ ଯେଉଁ ଡଷ୍ଟବିନରେ ଖୋଳ ଫିଙ୍ଗିଥିଲା, ତାହା ଲ୍ୟାବରେ ମ୍ୟାଚ୍‍ ହୋଇଥିଲା । ଅନ୍ୟପଟେ ତଦନ୍ତ ବେଳେ ପୁଞ୍ଜିଲାଲ ଲେଖିଥିବା ଚିଠି ମଧ୍ୟ ଆମକୁ ବାଟ ଦେଖାଇଥିଲା । ତାର ଭାଷା ଓ ଲେଖିବା ଶୈଳୀ ଉଚ୍ଚକୋଟୀର ହୋଇଥିବାରୁ ସନ୍ଦେହ ହୋଇଥିଲା । ପରେ ଏହା ଜଣେ ଶିକ୍ଷିତ ଲୋକର କାମ ବୋଲି ସନ୍ଦେହ କରି ତଦନ୍ତ ଆଗକୁ ବଢିଥିଲା । ଆଉ ବୋମା ତିଆରି ପାଇଁ ଡେମୋ ଦେଖାଇବା ପର୍ଯ୍ୟନ୍ତ ତାକୁ ମନାଇଥିଲୁ । ସେ ଯାହା ବି ହେଉ କୋର୍ଟଙ୍କ ରାୟ ଆମ ପୂରା ଟିମ୍‌କୁ ଖୁସି କରିଛି ବୋଲି ଅରୁଣ ବୋଥ୍ରା କହିଛନ୍ତି ।

ଅଧିକ ପଢନ୍ତୁ

kc ads