ଟ୍ରାକରୁ ଖସିଲା ମାଲବାହୀ ଟ୍ରେନର ୨୫ ୱାଗନ୍ ।

କୋରାପୁଟରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । ମାଲବାହୀ ଟ୍ରେନ୍‌ର ୩୦ରୁ ଅଧିକ ବଗି ଲାଇନ୍‌ଚ୍ୟୁତ ହୋଇଛି । କୋତାବାଲସା-କିରଣ୍ଡୁଲ ରେଳ ଲାଇନର ତାଇଡ଼ା ଓ ଚିମଡିପାଲି ଷ୍ଟେସନ ନିକଟରେ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହୋଇଥିବା ଜଣାପଡିଛି । ଏହା ଫଳରେ ସେହି ରୁଟ୍‌ରେ ରେଳ ଚଳାଚଳ ପ୍ରଭାବିତ ହୋଇଛି ।ମାଲବାହୀ ଟ୍ରେନଟି କୋରାପୁଟରୁ ବିଶାଖାପାଟଣା ଯାଉଥିବା ସୂଚନା । ଅଘଟଣ ପରେ କିରଣ୍ଡୁଲ- ବିଖ।।ଖାପାଟଣା ପାସେଞ୍ଜରର ଗତିପଥ ବଦଳାଗଲା ।

ଟ୍ରେନଟି ଟ୍ରାକରେ ଅଟକି ରହିଥିବାବେଳେ ସେ ଧାରଣା ଦେଇ ଯିବାକୁ ଥିବା ଟ୍ରେନର ରୁଟ୍ ବଦଳାଇ ଦିଆଯାଇଛି । ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାକରୁ ଟ୍ରେନଟିକୁ ହଟାଇବାର ପ୍ରୟାସ ଆରମ୍ଭ କରିଛନ୍ତି ।

ଅଧିକ ପଢନ୍ତୁ

kc ads