ବିଜେଡ଼ି ସରକାରରୁ ଯିବା ପରେ ଦଳକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି । ଏହି କ୍ରମରେ ଆଜି ଭଣ୍ଡାରୀ ପୋଖରୀ ନିର୍ବାଚନ ମଣ୍ଡଳୀ ତଥା ଭଦ୍ରକ ଜିଲ୍ଲାର ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ବିଜେଡିର ପ୍ରାଥିମକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ୨୦୦୩ ଭଦ୍ରକ ପୌରପାଳିକା ଅଧ୍ୟକ୍ଷ ପଦରେ ଥିଲେ ପ୍ରୟାସକାନ୍ତି । ପୂର୍ବରୁବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଇଥିଲେ ।ବିଜେଡି ଛାଡିବା ପରେ ପ୍ରୟାସକାନ୍ତି କହିଛନ୍ତି, କୌଣସି ଦଳରେ ନ ରହି ଲୋକଙ୍କ ସେବା ଜାରି ରହିବ । ବର୍ତ୍ତମାନ ପାଇଁ ଅନ୍ୟ ପାର୍ଟିକୁ ଯିବା ନେଇ କୌଣସି ନିଷ୍ପତ୍ତି ନେଇନାହିଁ । କିନ୍ତୁ ସମୟ କହିବ କେଉଁ ଦଳକୁ ଯିବି । ମୋର କମ୍ ବୟସରେ ବିଜେଡି ମୋତେ ସୁଯୋଗ ଦେଇଛି । ବାପା ଓ ଭାଇ ରାଜନୀତିରେ ଅଛନ୍ତି । ଦଳ ଛାଡ଼ିବା ନେଇ ବାପା ପ୍ରଫୁଲ୍ଲ ସାମଲଙ୍କୁ ଅବଗତ କରିନାହିଁ । କିନ୍ତୁ ବିଜେଡି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛି । ଖୁବ୍ଶୀଘ୍ର ଏନେଇ ବାପାଙ୍କୁ ଜଣେଇବି ବୋଲି ସେ କହିଛନ୍ତି । ଦଳରୁ ଅବସର ନେବା ପରେ ଲୋକଙ୍କ ପାଇଁ କାମ କରିବା ଜାରି ରଖିବେ ବୋଲି ପ୍ରୟାସକାନ୍ତି କହିଛନ୍ତି ।
