ଅନ୍ଧାର ଆକାଶରେ ଉଡ଼ିଲା ମାଳ ମାଳ ଡ୍ରୋନ ।

ପୁଣି ଆକାଶରେ ଡ୍ରୋନ୍‌। ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୧୦ରୁ ଅଧିକ ଡ୍ରୋନ୍‌। ଯାହାକୁ ଦେଖି ଲୋକେ ଛାନିଆ।ସୂଚନା ଅନୁସାରେ ମଙ୍ଗଳବାର ରାତିରେ ପ୍ରଥମେ ବାରଙ୍ଗର ରତାଗଡ଼, ଗୋଡିସାହି , ଶଣ୍ଢପୁର ଆଦି ଅଞ୍ଚଳରେ ଏକାଧିକ ଡ୍ରୋନ୍ ଉଡୁଥିବା ସ୍ଥାନୀୟ ଲୋକେ ଦେଖିଥିବା ବେଳେ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ । ବାରଙ୍ଗ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ଯାଞ୍ଚ କରିଥିବା ବେଳେ କୌଣସି ସୂଚନା ମିଳିପାରିନଥିଲ ।ପହଲଗାମରେ ଆତଙ୍କୀଙ୍କ ନରସଂହାର କାର୍ଯ୍ୟ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଏପରିକି ଅପରେଶନ ସିନ୍ଦୂର ପରେ ପାକ୍‌ ରକ୍ତ ଚାଉଳ ଚୋବାଇ ଭାରତ ଉପରେ ଆକ୍ରମଣ କରିଥିଲା। ବାରମ୍ବାର ଡ୍ରୋନ ଆକ୍ରମଣ କରିବା ଦ୍ୱାରା ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଡ୍ରୋନ ଉଡାଣ ଉପରେ କଟକଣା ଲଗାଯାଇଛି। ତେବେ କିଏ ଓ କାହିଁକି ଏତେ ସଂଖ୍ୟାରେ ଡ୍ରୋନ୍ ଉଡାଣ କରୁଥିଲେ ତାହା ଜଣା ପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

ଅଧିକ ପଢନ୍ତୁ

kc ads