ସିମ୍ ଆକ୍ଟିଭ ନାଁରେ ଠକୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

କଟକ,(ଓଡିଶା ଦର୍ପଣ): ସିମ୍ ଆକ୍ଟିଭ ନାଁରେ ଠକୁଥିବା ଗ୍ୟାଙ୍ଗର ପର୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ସାଇବର ସେଲ୍ । ତେବେ ଏହି ରାକେଟ୍ ରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ କ୍ରାଇମବ୍ରାଞ୍ଚ ସବିଶେଷ ତଦନ୍ତ ଜାରି ରଖିଛି । ଲୋକଙ୍କ ମୋବାଇଲକୁ ପ୍ରଥମେ ଏକ ଲିଙ୍କ୍ ମାଧ୍ୟମରେ ମେସେଜ୍ ପଠାଉଥିଲେ ଏହି ଠକମାନେ । ସିମ୍ ବ୍ଲକ୍ ହେଇଯିବ ବୋଲି କହୁଥିଲେ । ଏହାପରେ ଲୋକଙ୍କ ଠାରୁ କେୱାସି ଫର୍ମ ଓ ଆଧାର କାର୍ଡ ନମ୍ବର ମାଗୁଥିଲେ । କ୍ରାଇମବ୍ରାଞ୍ଚ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛିଯେ, ଏହିସବୁ ଡକ୍ୟୁମେଣ୍ଟ ନେଇ ସେମାନେ ବ୍ୟାଙ୍କରେ ଋଣ ପାଇଁ ଆବେଦନ କରିବା ଯୋଜନା ରଖିଥିଲେ । ରାକେଟର ମାଷ୍ଟର ମାଇଣ୍ଡକୁ ଗିରଫ କରାଯାଇଛି । ୩ଜଣ ସହଯୋଗୀଙ୍କୁ ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ଅଞ୍ଚଳରୁ ଗିରଫ କରିଥିଲେ ବିଭାଗର ତଦନ୍ତକାରୀ ଅଫିସର । ସେମାନଙ୍କଠରୁ ବିପୁଳ ପରିମାଣର ବିଭିନ୍ନ ଟେଲିକମ୍ କମ୍ପାନୀର ଆକ୍ଟିଭ ସିମ୍ କାର୍ଡ୍, ଲାପଟପ୍, ଆଇଟି ସାମଗ୍ରୀକୁ ଜବତ କରାଯାଇଛି । ଆବଶ୍ୟକ ପଡିଲେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟ୍ ରେ ଆବେଦନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅମିତେନ୍ଦ୍ରନାଥ ସିହ୍ନା ।

ଅଧିକ ପଢନ୍ତୁ