ପାକିସ୍ତାନର ବାୟୁସେନା ସାମର୍ଥ୍ୟକୁ ଏକ ବଡ଼ ଆଘାତ ଦେଇ ଭାରତୀୟ ବାୟୁସେନା ଗତ ମାସରେ ହୋଇଥିବା ୪ ଦିନିଆ ସଂଘର୍ଷରେ ୬ଟି ଯୁଦ୍ଧ ବିମାନ, ୨ଟି ଉଚ୍ଚ ମୂଲ୍ୟର ନିରୀକ୍ଷଣ ବିମାନ, ୧ଟି ସି-୧୩୦ ପରିବହନ ବିମାନ, ୩୦ରୁ ଅଧିକ ମିସାଇଲ ଏବଂ ଅନେକ ଡ୍ରୋନ ଧ୍ୱଂସ କରିଛି ବୋଲି ଅପରେସନ ସହ ଜଡ଼ିତ ଉଚ୍ଚ ସ୍ତରୀୟ ସୂତ୍ରରୁ ଜଣାପଡ଼ିଛି।ସୂତ୍ର ଅନୁଯାୟୀ, ଅପରେସନାଲ ଡାଟାର ଟେକ୍ନିକାଲ ଆନାଲିସ୍ରେ ଜଣାପଡ଼ିଛି ଯେ ବିମାନ ଯୁଦ୍ଧ ସମୟରେ ପାକିସ୍ତାନ ବାୟୁସେନାର ୬ଟି ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦିଆଯାଇଥିଲା। ସେହିପରି ଇଲେକ୍ଟ୍ରୋନିକ୍ ଯୁଦ୍ଧ ବିମାନ ହେଉ କିମ୍ବା କଣ୍ଟ୍ରୋଲ ଏୟାରକ୍ରାଫ୍ଟକୁ ୩୦୦ କିମି ଦୂରରୁ ସୁଦର୍ଶନ କ୍ଷେପଣାସ୍ତ୍ର ପ୍ରଣାଳୀ ବ୍ୟବହାର କରି ସଠିକ୍ ଆକ୍ରମଣ ଦ୍ୱାରା ଏହାକୁ ଉଡ଼ାଇ ଦିଆଯାଇଥିଲା।
ସେହିପରି ଭୋଲାରି ବାୟୁସେନା ଘାଟି ଉପରେ ଆକାଶରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା କ୍ରୁଜ୍ ମାଡ଼ କରି ସ୍ୱିଡିସ୍ ମୂଳର ଆଉ ଏକ ଏୟାରବର୍ଣ୍ଣ ଆର୍ଲି ୱାର୍ଣ୍ଣିଂ ଏ ଏୟାରକ୍ରାଫ୍ଟ ଧ୍ୱଂସ କରାଯାଇଥିଲା। ଗୁଇନ୍ଦା ସୂଚନା ଅନୁଯାୟୀ ସେହି ସମୟରେ ହ୍ୟାଙ୍ଗର ଭିତରେ ଲଢ଼ୁଆ ବିମାନ ରହିଥିଲା। ସୂତ୍ର ଅନୁଯାୟୀ ପାକିସ୍ତାନ ଏପର୍ଯ୍ୟନ୍ତ ଲକ୍ଷ୍ୟସ୍ଥଳରୁ ଭଗ୍ନାବଶେଷ ସଫା କରି ନଥିବାରୁ ଏହି କ୍ଷତି ଗଣନା କରାଯାଇ ନାହିଁ।