ସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ସୁରକ୍ଷା ନେଇ ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ

ରଥଯାତ୍ରା ପୂର୍ବରୁ ଆଗାମୀ ୧୧ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବ। କେନ୍ଦ୍ରାଞ୍ଚଳ ପୁଲିସ ଆଇ ଜି ପ୍ରବୀଣ କୁମାର ଜୁନ୍‌ ୫ ଅର୍ଥାତ୍‌ ଗୁରୁବାର ପୁରୀରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ତେବେ ସୂଚନାମୁତାବକ ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀକୁ ଜଗିବେ ୭୦ ପ୍ଲାଟୁନ ଫୋର୍ସ । ୪ ଜଣ ଏସପି ରାଙ୍କ କମାଣ୍ଡାଣ୍ଟ, ୪୫୦ ପୁଲିସ ଅଧିକାରୀ ମଧ୍ୟ ମୁତୟନ ହେବେ । ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ନେଇ ଆଜି ପୁଲିସ ବିଭାଗ ପକ୍ଷରୁ ସୁରକ୍ଷା ସମୀକ୍ଷା ବୈଠକ ହୋଇଛି ।

ଅଧିକ ପଢନ୍ତୁ

kc ads