ପ୍ୟାରିସରେ ଆୟୋଜିତ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପିକ୍ସରେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିବା ଓଡ଼ିଆ କ୍ରୀଡ଼ାବିତ ସୁଚିତ୍ରା ପରିଡ଼ାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସୁଚିତ୍ରା ଫ୍ରାନ୍ସର ରାଜଧାନୀରେ ଆୟୋଜିତ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ ମହିଳା ଶଟପୁଟ ଏଫ୫୪/ଏଫ୫୫ ବର୍ଗରେ ୫.୪୩ ମିଟର ଥ୍ରୋ ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି।
ଏହା ପୂର୍ବରୁ ସୁଚିତ୍ରା ପ୍ୟାରିସ ପାରା ଆଥଲେଟିକ୍ସ ଗ୍ରାଣ୍ଡ ପ୍ରିକ୍ସରେ ମହିଳା ଜାଭେଲିନ୍ ଏଫ୫୫ ବର୍ଗରେ ୧୭.୯୮ ମିଟରର ବ୍ୟକ୍ତିଗତ ସର୍ବୋତ୍କୃଷ୍ଟ ପ୍ରଦର୍ଶନ ସହିତ ରୌପ୍ୟ ପଦକ ଜିତିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଆପଣଙ୍କର ଏହି ଉପଲବ୍ଧି କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ। ଆପଣଙ୍କ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ଆଗାମୀ ପିଢ଼ିକୁ ପ୍ରେରଣା ଦେବ। ମୁଖ୍ୟମନ୍ତ୍ରୀ କ୍ରୀଡ଼ାବିତ ସୁଚିତ୍ରାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତରୋତର ଉନ୍ନତି କାମନା କରିଛନ୍ତି।