ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ

ବୃଦ୍ଧି ପାଉଥିବା କରୋନା ମାମଲା ପୁଣି ଥରେ ଭାରତରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କିଛି ଦିନରେ କରୋନାର ସକ୍ରିୟ ମାମଲା ୫୩୦୦ରୁ ଅଧିକ ହୋଇ ସାରିଛି । ଦେଶରେ ପୁଣି ଥରେ କରୋନା ବୃଦ୍ଧି ପାଉଥିବା ଦେଖାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ପ୍ରାୟ ୫୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ୫ ଜୁନ୍‌ ପର୍ଯ୍ୟନ୍ତ କରୋନାର ମାମଲା ୪,୮୬୬ ଥିଲା । ୧୫ ଦିନରେ କରୋନାର ସକ୍ରିୟ ମାମଲା ୨୦ ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୨ ମେ’ରେ କରୋନାର ସକ୍ରିୟ ମାମଲା ୨୫୭ ଥିଲା । ତେବେ ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ଏଯାବତ୍ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬, କଟକ ଜିଲ୍ଲାରୁ ୯ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଣେ ପୁରୀ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦୁଝର ଓ ବାଲେଶ୍ବର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅଧିକ ପଢନ୍ତୁ

kc ads