କୋଟିଆକୁ ବିକଶିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି ରାଜ୍ୟ ସରକାର।

କୋରାପୁଟ କୋଟିଆକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗିରହିଛି । ଗତ ୨୪ ବର୍ଷର ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ସୀମା ବିବାଦ ତୁଟିପାରି ନାହିଁ । ଏବେ ନୂଆ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ଏନେଇ ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଜରୁରୀ ବୈଠକ ଅନୁଷ୍ଠିତ ହୋଇଛି।ଲୋକସେବା ଭବନରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠି ହେବ ବେଳେ ଏଥିରେ ବିଭିନ୍ନ ବିଭାଗର ସଚିବ ଓ ବିଧାୟକ ରଘୁରାମ ମାଛ ଉପସ୍ଥିତ ରହିଛନ୍ତି।କୋଟିଆ ବିବାଦର ସମାଧାନ ସହିତ ସେଠାରେ ବିକାଶ କରିବା ନେଇ ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି।ସରକାରଙ୍କ ପକ୍ଷରୁ କୁହାଯାଇଛି କୋଟିଆ ପାଇଁ ତିଆରି ହେବ ସ୍ୱତନ୍ତ୍ର ରୋଡ ମ୍ୟାପ୍ । ସୁପ୍ରିମକୋର୍ଟରେ ହାରିଥିବା ମାମଲାକୁ ପୁନଃ ଜୀବିତ କରାଯିବ । ବୈଠକରେ ସମସ୍ତ ବିଭାଗକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ମାସେ ମଧ୍ୟରେ ନିଜ ନିଜ ବିଭାଗର ରୋଡମ୍ୟାପ ଦେବାକୁ ନିର୍ଦ୍ଦେଶ ରହିଛି । ସବୁ ବିଭାଗ ସଚିବ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଜିଲ୍ଲାପାଳଙ୍କ ସହ ଆଲୋଚନ କରି ନିଜ ବିଭାଗର ଯୋଜନା ଏବଂ ରୋଡମ୍ୟାପ ଦେବେ ।

ଆର୍ଥିକ, ସାମାଜିକ, ସଂସ୍କୃତିକ ବିକାଶ ପାଇଁ ଯୋଜନା ହାତକୁ ନିଆଯିବ । ରାସ୍ତା ଘାଟ ସହ ଭିତ୍ତିଭୂମିର ବିକାଶ, ଚାଷୀଙ୍କ ପାଇଁ ମାର୍କେଟର ସୁବିଧା, ଯୁବକଙ୍କ ପାଇଁ ରୋଜଗାର ଭଳି ରୋଡ ମ୍ୟାପ ତିଆରି ହେବ । ଲୋକଙ୍କ ପାଖରେ ସବୁ ସୁବିଧା କେମିତି ପହଂଚିବ ସେନେଇ ଗୁରୁତ୍ୱ ଦିଆଯିବ କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ।

ଅଧିକ ପଢନ୍ତୁ

kc ads