କୋଭିଡ୍ ସ୍ଥିତିରେ ରଥଯାତ୍ରା ପାଇଁ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶାବଳୀ । ରଥଯାତ୍ରା ପାଇଁ କୋଭିଡ୍ ଭଳି ଲକ୍ଷଣ ଥିଲେ ରଥଯାତ୍ରା ଦେଖିବାକୁ ଯିବାକୁ ବାରଣ କଲା ସ୍ୱାସ୍ଥ୍ୟ ବିଭାଗ । ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି, ବୟୋବୃଦ୍ଧ ବ୍ୟକ୍ତି ଓ କୋମରବିଡ଼ିଟି ବା ଗୁରୁତର ରୋଗ ରହିଥିବା ଲୋକଙ୍କୁ ରଥଯାତ୍ରାକୁ ଯିବାକୁ ବାରଣ କରିଛି ସ୍ୱାସ୍ଥ୍ୟ ବିଭାଗ । ଆହୁରି କୁହାଯାଇଛି ଯେ, ରଥଯାତ୍ରାକୁ ଗଲେ ମାସ୍କ ବ୍ୟବହାର କରିବାକୁ ପରାମର୍ଶ। ହାତ ଧୋଇବା, ସ୍ୱଚ୍ଛ ପିଇବା ପାଣି ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।ଭିଡ଼ ସ୍ଥାନକୁ ନଯିବାକୁ ଅନୁରୋଧ କରାଯାଇଛି । କେବଳ କୋଭିଡ ନୁହେଁ ଝାଡା, ବାନ୍ତି ଭଳି ରୋଗ ପାଇଁ ସଚେତନ ରହିବାକୁ କହିଛି ସ୍ୱାସ୍ଥ୍ୟ ବିଭାଗ ।
