ବେଙ୍ଗାଲୁରୁ ଦଳଚକଟା ଘଟଣା ! ବିରାଟ କୋହଲିଙ୍କ ବିରୁଦ୍ଧରେ ମାମଲା ରୁଜୁ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ପ୍ରଥମ ଆଇପିଏଲ ବିଜୟ ଉତ୍ସବ ସମୟରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ବିରାଟ କୋହଲିଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ବରିଷ୍ଠ ସାମାଜିକ କର୍ମୀ ଏଚଏମ ଭେଙ୍କଟେଶ ଏହି ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୁଲିସ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି ।ତଦନ୍ତ ଆଗକୁ ବଢୁଥିବାରୁ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି । ତେବେ ପୁଲିସ କହିଛି, ଏହାର ନିରପେକ୍ଷ ଯାଞ୍ଚ କରାଯିବ । ସେପଟେ ଗତ ୪ତାରିଖରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାହାରେ ଆରସିବି ବିଜୟ ପରେଡ୍ ବେଳେ ଆହତ ହୋଇଥିବା କଲେଜ ଛାତ୍ର ସି. ବେଣୁଙ୍କ ଅଭିଯୋଗ ଆଧାରରେ କବନ୍ ପାର୍କ ଥାନାରେ ତୃତୀୟ ଏଫ୍ଆଇଆର୍ ରୁଜୁ ହୋଇଛି ।

ଏଫ୍ଆଇଆର୍ ଅନୁସାରେ, ୬ ନମ୍ବର ଗେଟ୍‌ରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେବା ସମୟରେ ବ୍ୟାରିକେଡ୍ ଖସି ପଡ଼ିବାରୁ ଅଭିଯୋଗକାରୀଙ୍କ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା । ଆରସିବି, ଇଭେଣ୍ଟ ଆୟୋଜକ ଡିଏନ୍ଏ ଓ କେଏସସିଏ ଭିଡ଼ ନିୟନ୍ତ୍ରଣ କରିବାରେ ବିଫଳ ହେବା ସହ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ହୋଇନଥିବା ବେଣୁ ଅଭିଯୋଗ କରିଛନ୍ତି ।ଦଳାଚକଟା ଘଟଣାରେ କର୍ଣ୍ଣାଟକ ସରକାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବେଙ୍ଗାଲୁରୁ ସହର କମିଶନର ବି ଦୟାନନ୍ଦଙ୍କ ସମେତ ଉଚ୍ଚ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ଘଟଣାରେ ବେଙ୍ଗାଲୁରୁ ପୋଲିସ RCB ଦଳ, KSCA, DNA ନେଟୱାର୍କସ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।

ଅଧିକ ପଢନ୍ତୁ

kc ads