ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ବା ଇଣ୍ଡିଆନ ବାଇସନ ଗଣନା ଶେଷ ହୋଇଛି । ମେ’ ୧୧ରୁ ୧୩ ତାରିଖ ୩ ଦିନ ଧରି ଡେବ୍ରିଗଡ ଅଭୟାରଣ୍ୟରେ ଗୟଳ ଗଣନା କରାଯାଇଥିଲା । ସମ୍ପୃକ୍ତ ଦିନ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ଗଣନା କରାଯାଇଥିଲା ।ଚଳିତ ବର୍ଷ ଗଣନାରୁ ଡେବ୍ରିଗଡ଼ରେ ୭୮୮ଟି ଗୟଳ ଥିବା ଜଣାପଡ଼ିଛି। ଏଥିରେ ୨ ବର୍ଷରୁ କମ୍ ବୟସର ୩୧୫ ଓ ୧୨୮ଟି ନବଜାତ ଅଛନ୍ତି। ଅର୍ଥାତ ଡେବ୍ରିଗଡ଼ରେ ଥିବା ସମୁଦାୟ ଗୟଳଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ଶିଶୁ। ୨୦୨୪ ମସିହା ନଭେମ୍ବର ୧୨ ଓ ୧୩ ତାରିଖରେ ପ୍ରଥମଥର ଗଣନାରେ ୬୫୯ଟି ଗୟଳ ଚିହ୍ନଟ କରାଯାଇଥିବା ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି। ୬ ମାସରେ ୧୨୯ ଗୟଳଙ୍କ ବୃଦ୍ଧି ହୋଇଛି।
ଗତ ଗଣନା ସମୟରେ ୫୨ ଗୋଠ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଏହି ସଂଖ୍ୟା ୬୦କୁ ବୃଦ୍ଧିପାଇଛି। ସାରା ଓଡ଼ିଶାରେ ଡେବ୍ରିଗଡରେ ହିଁ ଏତେ ମାତ୍ରାରେ ଗୟଳ ଦେଖା ଯାଉଥିବାରୁ ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।