ପିଏମ ଆବାସ ଯୋଜନାରେ ଘର ପାଇଁ ମିଳିବ ବାଲି ।

ପିଏମ୍‌ ଆବାସ ଯୋଜନାରେ ଘର ପାଇଁ ସହଜ ଓ ଶସ୍ତାରେ ବାଲି ମିଳିବ। ଘର ତିଆରି ପାଇଁ ରାଜ୍ୟ ସରକାର ୨ ଟ୍ରାକ୍ଟର୍‌ ବାଲି ଦେବେ ବୋଲି ନିଷ୍ପତ୍ତି ହୋଇଛି। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ବାଲି ଉଠାଣ ପାଇଁ ବ୍ୟବହାର ହେବାକୁ ଥିବା ଗାଡ଼ି ପାଇଁ ଏସଓପି ହୋଇଥିବା କହିଲେ ରାଜସ୍ୱ ମନ୍ତ୍ରୀ ।ନଦୀ ଭିତରୁ ପସି ବାଲି କାଢ଼ିବା ବନ୍ଦ ହେବ। ହାଇୱା ବ୍ୟବହାର ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାର ରାସ୍ତା ଏତେ ଲୋଡ଼ ନେଇପାରୁନାହିଁ । ଏହା ନଷ୍ଟ ହେଉଛି । ତେଣୁ କେତେ ଓଜନର ବାଲି ଗାଡି ଯାଉଛି । ତେଣୁ ଏସବୁକୁ ନେଇ ନୂଆ ଏସଓପି ଆସିବାକୁ ଯାଉଛି ।

ଅଧିକ ପଢନ୍ତୁ

Odisha Darpan Digital