ବେଆଇନ ଭାବେ ଗର୍ଭନିରୋଧକ ବଟିକା ବିକ୍ରି ନେଇ ରେଡ୍ ।

ରାଜଧାନୀରେ ଡ୍ରଗସ କଣ୍ଟ୍ରୋଲ ଟିମର ରେଡ୍ । ବିକ୍ରି ହେଉଛି ବେଆଇନ ଗର୍ଭପାତ କିଟ। ବିନା ଡାକ୍ତରୀ ପ୍ରେସକ୍ରିପସନରେ ମେଡ଼ିସିନ ଷ୍ଟୋରରେ ଏହା ବିକ୍ରି ହେଉଛି। ଯାହାକୁ ନେଇ ମେଡ଼ିସିନ ଷ୍ଟୋରରେ ଚଢ଼ାଉ ହୋଇଛି।ନୟାପଲ୍ଲୀରେ ତିନୋଟି ଟିମର ରେଡ୍‌ ଚାଲିଛି । ରୋଜ ଡ୍ରଗ ହାଉସ ସମେତ ବିଭିନ୍ନ ମେଡ଼ିସିନ ଷ୍ଟୋରରେ ଯାଞ୍ଚ କରୁଛି ଡ୍ରଗସ୍‌ କଣ୍ଟ୍ରୋଲ ଟିମ୍‌ ।ଆଜିକା ସମୟରେ ଗର୍ଭପାତ କରିବା ଏକ ସାଧାରଣ କଥା ହୋଇ ଗଲାଣି। ଲୋକେ ଛୁଆ ଆବଶ୍ୟକ କରୁନଥିଲେ ବଜାରରେ ମିଳୁଥିବା ମେଡ଼ିସିନ ଖାଇ ଗର୍ଭପାତ କରିଦେଉଛନ୍ତି। କିନ୍ତୁ ଏହା ବେଆଇନ ଭାବେ କରିବା ଅନୁଚିତ।ତେବେ ଏହା ବିନା ଡାକ୍ତରୀ ପ୍ରେସକ୍ରିପସନରେ ମେଡ଼ିସିନ ଷ୍ଟୋରରେ ଏହା ଉପଲବ୍ଧ ହେଉଛି।

ଅଧିକ ପଢନ୍ତୁ

Odisha Darpan Digital