ବାରବାଟୀକୁ ପୁଣି ଫେରିଛି ଟି-୨୦। ଆସନ୍ତା ଡିସେମ୍ବର ୯ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ। ସୂଚନାମୁତାବକ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସୋମବାର ୨୦୨୫ ପାଇଁ ଅନ୍ତର୍ଜାତୀୟ ଘରୋଇ ସିଜିନ୍ ଏବଂ ଦକ୍ଷିଣ ଆଫ୍ରିକା ‘ଏ’ର ଭାରତ ଗସ୍ତ ପାଇଁ ସଦ୍ୟତମ କାର୍ଯ୍ୟସୂଚୀ ଘୋଷଣା କରିଛି ଏବଂ ବିସିସିଆଇ ଦ୍ୱାରା ଘୋଷଣା କରାଯାଇଥିବା ଅନୁସାରେ, ଭାରତ ଗସ୍ତ ସମୟରେ, ଦକ୍ଷିଣ ଆଫ୍ରିକା ୫ଟି ଟି-୨୦ ମ୍ୟାଚ୍ ଖେଳିବ, ଯାହା ମଧ୍ୟରୁ ପ୍ରଥମ ଟି-୨୦ ମ୍ୟାଚ୍ ଓଡ଼ିଶାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହା ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।ଭାରତ ବନାମ ସାଉଥ ଆଫ୍ରିକା ଟି୨୦ :
ପ୍ରଥମ ଟି୨୦(ଡିସେମ୍ବର ୯) : ବାରବାଟୀ ଷ୍ଟାଡିୟମ (କଟକ)
ଦ୍ବିତୀୟ ଟି୨୦ (ଡିସେମ୍ବର ୧୧): ନ୍ୟୁ ଚଣ୍ଡୀଗଡ
୩ୟ ଟି୨୦ ( ଡିସେମ୍ବର ୧୪) : ଧର୍ମଶାଳା
୪ର୍ଥ ଟି୨୦ (ଡିସେମ୍ବର ୧୭ ) : ଲକ୍ଷ୍ନୌ
୫ମ ଟି୨୦ ( ଡିସେମ୍ବର ୧୯) : ଅହମଦାବାଦ