କେରଳ ଉପକୂଳ ସମୁଦ୍ର ଭିତରେ ବିସ୍ଫୋରଣ।

କେରଳ ଉପକୂଳ ସମୁଦ୍ର ଭିତରେ ବିସ୍ଫୋରଣ। କଲମ୍ବୋରୁ ମୁମ୍ବାଇର ନହାଭା ଶେଭା ଯାଉଥିବା କଣ୍ଟେନର ଜାହାଜ MV WAN HAI 503ରେ ବିସ୍ଫୋରଣ ହୋଇଛି । ଖବର ମୁତାବକ, ଜାହାଜଟି ସିଙ୍ଗାପୁରୁରୁ ୫୦ଟି କଣ୍ଟେନର ନେଇ ଯାଉଥିଲା । କେରଳ ଉପକୂଳ ସମୁଦ୍ର ଭିତରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଯୋଗୁଁ ୫ ଜଣ କର୍ମଚାରୀ ଆହତ ହୋଇଛନ୍ତି । ୪ ଜଣ ନିଖୋଜ ହୋଇଛନ୍ତି । ସିଙ୍ଗାପୁର ପତାକା ଲାଗିଥିବା ଏହି ଜାହାଜରେ ମୋଟ ୨୨ ଜଣ କ୍ରୁ ଥିଲେ। ।ବିସ୍ଫୋରଣଟି ଜାହାଜର ତଳ ଭାଗରେ ଅର୍ଥାତ୍ ତଳ ଡେକ୍‌ରେ ଘଟିଥିଲା। ଘଟଣା ସମୟରେ ଜାହାଜଟି କେରଳ ଉପକୂଳ ନିକଟରେ ସମୁଦ୍ରରେ ଥିଲା।

ଜାହାଜଟି ବର୍ତ୍ତମାନ ପାଣିରେ ବୁଡ଼ି ରହିଛି ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ତଟରକ୍ଷୀ ବାହିନୀ ଦ୍ୱାରା ନିଆଁକୁ ଲିଭାଇବାକୁ ଚେଷ୍ଟା ଜାରି ରହିଛି।

ଅଧିକ ପଢନ୍ତୁ

kc ads