ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ISSକୁ ଯାଇ ଇତିହାସ ରଚିବେ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଲା ।

ମହାକାଶରେ ଉଡ଼ିବ ତ୍ରିରଙ୍ଗା । ଶୁଭାଂଶୁ ଶୁକ୍ଲାଙ୍କ ଅନ୍ତରୀକ୍ଷ ମିଶନ । ଆସନ୍ତାକାଲି ଆମେରିକାର ଫ୍ଲୋରିଡ଼ାସ୍ଥିତ କେନେଡି ସ୍ପେଶ୍ ସେଣ୍ଟରରୁ ଡ୍ରାଗନ ମହାକାଶ ଯାନରେ ଲଞ୍ଚ କରାଯିବ ବହୁ ପ୍ରତୀକ୍ଷିତ ଆକ୍ସିଓମ୍-୪ ମିଶନ । ଭାରତୀୟ ସମୟ ସନ୍ଧ୍ୟା ୫ଟା ୫୨ ମିନିଟରେ ଉତକ୍ଷେପଣ କରାଯିବ ।ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଆଇଏସ୍‌ଏସ୍ ଅଭିମୁଖେ ଐତିହାସିକ ଅକ୍ସିୟମ-୪ ମିସନ୍‌ରେ ଯିବା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ସାରିଛନ୍ତି । କାଲି ନାସାର କେନେଡି ସ୍ପେସ୍‌ ସେଣ୍ଟରରୁ ସ୍ପେସ୍‌ଏକ୍ସ ର ଫାଲକନ-୯ ରକେଟ୍‌ ଓ ଡ୍ରାଗନ ସ୍ପେସକ୍ରାଫ୍ଟରେ ଏହି ମିସନ ଉଡ଼ାଣ ଭରିବ । ଶୁକ୍ଲା ଏହି ମିସନର ପାଇଲଟ ଭାବେ ଦାୟିତ୍ୱ ନେବେ ଏବଂ ଏହା ହେଉଛି ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ପରେ ଭାରତର ଦ୍ୱିତୀୟ ମହାକାଶ ଯାତ୍ରା । ଶୁଭାଂଶୁ ସ୍ପେସଏକ୍ସ ଟିମ୍ ସହ ପୂର୍ଣ୍ଣାଙ୍ଗ ଲଞ୍ଚ୍‌ ରିହର୍ସାଲ ସଫଳତାର ସହ ସମ୍ପନ୍ନ କରିଛନ୍ତି, ଯେଉଁଥିରେ ଫାଲକନ-୯ର ଷ୍ଟାଟିକ ଫାୟାର ଟେଷ୍ଟ ମଧ୍ୟ ଥିଲା । ତେବେ ଏହି ମିଶନରେ ଶୁଭାଂଶୁଙ୍କ ସହ ଆମେରିକୀୟ ମହାକାଶଚାରୀ ପେଗୀ ହ୍ବିଟସନ୍, ପୋଲାଣ୍ଡର ସ୍ଲାଓଜ୍ ଉଜନାଲସ୍କୀ ଏବଂ ହଙ୍ଗେରୀର ମେକାନିକାଲ ଇଞ୍ଜିନିୟର ଟିବୋର କାପୁ କ୍ରିଉ ସଦସ୍ୟ ଭାବେ ରହିଛନ୍ତି । ୧୪ ଦିନିଆ ମିଶନ ସମୟରେ ମହାକାଶଚାରୀ ISSରେ ୧୪ ଦିନ ପର୍ଯ୍ୟନ୍ତ ରହି ପ୍ରାୟ ୬୦ଟି ବୈଜ୍ଞାନିକ ପରୀକ୍ଷଣ କରିବେ । ବିଶ୍ୱବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ, ମାଇକ୍ରୋଗ୍ରାଭିଟି ଗବେଷଣା ଏବଂ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବେ ।

ତେବେ ଏହି ମିଶନର ମୁଖ୍ୟ ଲକ୍ଷ୍ୟ ହେଉଛି ବୈଜ୍ଞାନିକ ଗବେଷଣା ଏବଂ ଭବିଷ୍ୟତର ମହାକାଶ ମିଶନ ପାଇଁ ପ୍ରସ୍ତୁତି। ଏହି ମିଶନ ସମୟରେ, ମାନବ ସ୍ୱାସ୍ଥ୍ୟ, ମହାକାଶରେ ବିଶ୍ବବ୍ୟାପୀ ଜନସଂପର୍କ କାର୍ଯ୍ୟକ୍ରମ, ସ୍ପେସ ଟୁରିଜିମ୍, କମର୍ସିଆଲ ସ୍ପେସ ଷ୍ଟେସନ ଅଧିକ ଗବେଷଣା କରିବା ହେଉଛି ଏହି ମିଶନର ମୁଖ୍ୟ ଲକ୍ଷ । ଏତଦବ୍ୟତୀତ ମହାକାଶରେ ମାନବ ସ୍ବାସ୍ଥ୍ୟ, ଜୀବନ ଏବଂ ପୃଥିବୀ ତତ୍ତ୍ଵ ଉପରେ ଗବେଷଣା କରାଯିବ ।

ଅଧିକ ପଢନ୍ତୁ

kc ads