ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଜିଲାରୁ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ଇତିମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ପାର୍ କରିଛି। କରୋନାକୁ ନେଇ ଭୟଭୀତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ କହିଛି |ଗତକାଲି ଆଉ ୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଚଳିତ ବର୍ଷ ରାଜ୍ୟର ମୋଟ୍ କୋଭିଡ ରୋଗୀଙ୍କ ସଂଖ୍ୟା ୫୬ରେ ପହଞ୍ଚିଛି । ସେହିପରି ଗତକାଲି ୫ ଜଣ ରୋଗୀ ସୁସ୍ଥ ହେବା ସହ ବର୍ତ୍ତମାନ ସୁଦ୍ଧା ମୋଟ ୨୦ ଜଣ ସୁସ୍ଥ ହେଲେଣି। ଫଳରେ ରାଜ୍ୟରେ ସକ୍ରିୟ କୋଭିଡ ରୋଗୀଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି ।କୋଭିଡ-୧୯ କିମ୍ବା ଫ୍ଲୁ ଭଳି ରୋଗର ଲକ୍ଷଣ ଥିଲେ ଘରେ ରହିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି । ଲକ୍ଷଣ ଅନୁଭବ କଲେ ସମାବେଶରୁ ଦୂରେଇ ରହିବା ସହ ନିଜକୁ ଅଲଗା ରଖିବା ଉଚିତ୍ ବୋଲି ସେ କହିଛନ୍ତି । ନୂତନ ଷ୍ଟ୍ରେନ ଅଧିକ ବିପଦପୂର୍ଣ୍ଣ ହୋଇ ନଥିଲେ ବି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
