ଖୁବଶୀଘ୍ର ହେବ ଅପରେସନ୍ ଆନାକୋଣ୍ଡା-୨। ସରଣ୍ଡା ଜଙ୍ଗଲରେ ହେବ ଅପରେସନ୍। ମାଓ ପ୍ରବଣ ଅଞ୍ଚଳରେ ହେବ ଏହି ବଡ଼ କାର୍ଯ୍ୟାନୁଷ୍ଠାନ। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଡ୍ରୋନ ଆଦି ସାମିଲ କରାଯିବ।ଜଙ୍ଗଲ ଭିତରେ ଲୁଚି ଥିବା ନକ୍ସଲଙ୍କ ଦମନ ଏହି ଅପରେସନର ମୂଳ ଉଦ୍ଦେଶ୍ୟ । ଏଥିସହ CRPFର ସ୍ଵତନ୍ତ୍ର କ୍ୟାମ୍ପ କରିବା ପାଇଁ ଯୋଜନା ହୋଇଛି । ୨୦୨୬ ଶୁଦ୍ଧା ସରଣ୍ଡା ଜଙ୍ଗଲରୁ ମାଓ ନିପାତ ପାଇଁ ଲକ୍ଷ୍ୟ ରଖିଛି ସୁରକ୍ଷା ବାହିନୀ । ସୁନ୍ଦରଗଡ ବାଙ୍କୋରୁ ବାରୁଦ ଲୁଟ୍ ପରେ ସରଣ୍ଡା ଜଙ୍ଗଲରେ ମାଓବାଦୀ ଥିବା ସ୍ପଷ୍ଟ ହୋଇଥିଲା । ଦୀର୍ଘ ୧୦ଦିନ ଅପରେସନ ଚଳାଇବା ପରେ ଲୁଟ୍ ହୋଇଥିବା ୫ଟନ୍ ବାରୁଦରୁ ପ୍ରାୟ ୪ଟନ୍ ଉଦ୍ଧାର କରିଥିଲେ ମିଳିତ ସୁରକ୍ଷା ବାହିନୀ । କିନ୍ତୁ ଅବଶିଷ୍ଟ ବାରୁଦ ଏଯାଏଁ ଉଦ୍ଧାର ହୋଇପାରିନି ।
