ପ୍ରଥମ ଥର ପାଇଁ MGNREGSରେ ନିର୍ଦ୍ଧାରଣ ହେଲା ଖର୍ଚ୍ଚ ସୀମା

ସାରାଦେଶରେ ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ ନିଯୁକ୍ତିର ଗ୍ୟାରେଣ୍ଟି ଦେଉଥିବା ମହତ୍ୱାକାଂକ୍ଷୀ ଯୋଜନା ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଯୋଜନା (ମନରେଗା)ରେ ପ୍ରଥମ ଥର କେନ୍ଦ୍ର ସରକାର ଖର୍ଚ୍ଚ ସୀମାରେ ପ୍ରତିବନ୍ଧକ ଲଗାଇଛନ୍ତି। ଏଥି ପାଇଁ ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ମଧ୍ୟରେ ବଜେଟର ୬୦% ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରିଛନ୍ତି। ଏବେସୁଦ୍ଧା ଏହି ଯୋଜନାରେ ଖର୍ଚ୍ଚର କୌଣସି ସୀମା ସ୍ଥିର ନଥିଲା ଏବଂ ଏହି ଏକ ଚାହିଦା ଭିତ୍ତିକ ଯୋଜନା ଭାବେ ରହି ଆସିଛି।

ଇଣ୍ଡିଆନ ଏକ୍ସପ୍ରେସ୍‌ର ଏକ ରିପୋର୍ଟରେ କୁହାଯାଇଛି ଯେ, କେନ୍ଦ୍ରୀୟ ଅର୍ଥ ମନ୍ତ୍ରଣାଳୟ କେନ୍ଦ୍ରୀୟ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟକୁ ସୂଚିତ କରିଛି ଯେ, ଏବେ ଏହି ଯୋଜନା ଅନୁସାରେ ହେବାକୁ ଥିବା ଖର୍ଚ୍ଚକୁ ମାସିକ / ତ୍ରୟମାସିକ ବ୍ୟୟ ଯୋଜନା (MEP/QER) ଅନୁସାରେ ଅଣାଯିବ, ଯାହା ଏକ ଖର୍ଚ୍ଚ ଉପରେ ନିୟନ୍ତ୍ରଣର ଏକ ପଦକ୍ଷେପ। ହେଲେ , ଏହି ଯୋଜନାକୁ ଏବେସୁଦ୍ଧା ଏପରି ନିୟନ୍ତ୍ରଣର ପଦକ୍ଷେପରେ ମୁକ୍ତ ରଖାଯାଇ ଥିଲା।

ଅଧିକ ପଢନ୍ତୁ

Odisha Darpan Digital