ଅହଙ୍କାରର ଚରମ ସୀମାରେ ମମତା ବାନାର୍ଜୀ :ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ଅହଙ୍କାରର ଚରମ ସୀମାରେ ମମତା ବାନାର୍ଜୀ । ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ମମତାଙ୍କୁ କଡ଼ା ଭର୍ତ୍ସନା କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ ନାଁ ଦେବା ପ୍ରସଙ୍ଗ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । କିନ୍ତୁ ଏଯାଏଁ ଚିଠିର କୌଣସି ଉତ୍ତର ମିଳଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମରେ ଯାହା କହିଛନ୍ତି ତାହା ଅଗ୍ରହଣୀୟ । ତାଙ୍କ ଅହଙ୍କାର ଏବେ ଚରମ ସୀମାରେ ପହଞ୍ଚିଛି । ଯାହାର ଜବାବ ଲୋକେ ଦେବେ ବୋଲି ମୋହନ ସରକାର ଗଣ ମାଧ୍ୟମଙ୍କୁ କହିଛନ୍ତି । ଆଦି ଗୁରୁ ଶଙ୍କରାଚାର୍ଯ୍ୟ ବି କହିଛନ୍ତି- ଜଗନ୍ନାଥ ଧାମ ଆସ୍ଥା ବିଶ୍ୱାସ ସହିତ ଜଡ଼ିତ । କୌଣସି ବ୍ୟକ୍ତି କିମ୍ବା କୌଣସି ସରକାର ଧାମକୁ ପରିବର୍ତ୍ତନ କରିପାରିବେ ନାହିଁ । ସେପଟେ ଶ୍ରୀମନ୍ଦିର ସେବକ କହିଲେ- ମହାପ୍ରଭୁଙ୍କ ପାଖରେ କାହାର ଅହଙ୍କାର ରହିନାହିଁ କି ରହିବ ନାହିଁ । ଆଗକୁ ମମତା ବାନାର୍ଜୀ ଧରାଶାୟୀ ହେବେ । ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ବି କହିଛନ୍ତି – ଏଥର ମମତା ସରକାରର ହେବ ମୂଳୋତ୍ପାଟନ ।

ଅଧିକ ପଢନ୍ତୁ

kc ads