ଭୁବନେଶ୍ୱର:(ଓଡିଶା ଦର୍ପଣ): ଗିରଫ ହେଲେ କୁବେର ପୂର୍ବତନ ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକ । ବ୍ରଜେନ୍ଦ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ମିଳିଛି କୋଟି କୋଟି ଟଙ୍କାର ସମ୍ପତି, ଆଜି ଖୋଲିବ ବ୍ୟାଙ୍କ ଲକର । କୁବେର କୋଟିପତି ଅଫିସରଙ୍କ ଘରେ, ଦୁଇଦିନ ଧରି ଅମାପ ସମ୍ପତ୍ତିର ମାପଚୁପ କରୁଛି ଭିଜିଲାନ୍ସ ଟିମ୍ । ସୂଚନା ଅନୁସାରେ ୧୬ତାରିଖ ସକାଳୁ ସକାଳୁ ବ୍ରଜେନ୍ଦ୍ରଙ୍କ ଭୁବନେଶ୍ୱର ଓ ପୁରୀ ଜିଲ୍ଲାର ୫ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ସ୍ପେଶାଲ ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଏହି ରେଡ କରାହାଇଥିବା ଜଣାପଡ଼ିଛି। ଏହି ଚଢାଉରେ ୨ଜଣ DSP, ୬ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ଖୋଳତାଡ଼ ବେଳେ, ଦେଢ଼ କୋଟି ଟଙ୍କାର ବ୍ୟାଙ୍କ ଓ ବୀମା ଥିବା ବେଳେ ୫ କୋଟିରୁ ଅଧିକ ଟଙ୍କାର ଘର, ଜମି, ଦୋକାନ ଘର ଓ ଫାର୍ମ ହାଉସ ରହିଛି । ନିମାପଡ଼ାରେ ୨ ହଜାର ବର୍ଗଫୁଟର ଗୋଟିଏ ହଲ, ୬୦ ଲକ୍ଷର ବ୍ୟାଙ୍କ ଡିପୋଜିଟ , ଗୋଟିଏ କାର, ଦୁଇଟି ବାଇକ ଠାବ କରିଛି ଭିଜିଲାନ୍ସ ଟିମ୍। ତେବେ ଆୟ ଅନୁଯାୟୀ ବ୍ୟୟ ଅଧିକ ଥିବାରୁ ବାନ୍ଧିଲା ଭିଜିଲାନ୍ସ । ପୂର୍ବତନ ନୟାଗଡ଼ ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ନାୟକଙ୍କ ଦୁର୍ନୀତି ସାମ୍ରାଜ୍ୟର ଖୋଳତାଡ଼ ବେଳେ, କୋଟି କୋଟି ଟଙ୍କାର ଘର ଓ ରୂପା ହାତୀକୁ ନେଇ ଚର୍ଚ୍ଚାରେ ଥିଲେ ।
ସେହିପରି