ଯାଜପୁରରେ ଅଣାୟତ ଝାଡ଼ାବାନ୍ତି ; ମୃତ୍ୟୁ ସଂଖ୍ୟା ୧୦ ଛୁଇଁଲା

ଯାଜପୁରରେ ଗତ କିଛିଦିନ ଧରି ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ଯାହାକି ବର୍ତ୍ତମାନ ମହାମାରୀର ରୂପ ନେଲାଣି। ବିଶେଷକରି ଯାଜପୁର ଜିଲାର ଧର୍ମଶାଳା, କୋରେଇ, ଯାଜପୁର ବ୍ଲକ ଓ ବ୍ୟାସନଗରରେ ଝାଡ଼ା ବାନ୍ତିରେ ବହୁ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ଘଟିଛି।ସୂଚନାଯୋଗ୍ୟ ଯେ ଜିଲାରେ ୨୮୫ଜଣ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅଧିକ ଚିକିତ୍ସା ନିମନ୍ତେ ୧୦ଜଣ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ଯେଉଁ ରୋଗୀ ଚିକିତ୍ସିତ ହେଉଥିଲେ କେତେକ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ଅନ୍ୟ କେତେକ ନୂତନ ରୋଗୀ ଆକ୍ରାନ୍ତ ହୋଇ ଚିକିତ୍ସା ନିମନ୍ତେ ମେଡ଼ିକାଲକୁ ଆସୁଛନ୍ତି।

ଅଧିକ ପଢନ୍ତୁ

kc ads